ଭୁବନେଶ୍ବର: ଅଧ୍ୟାପକ ସଙ୍କଟକୁ ନେଇ ସରକାରଙ୍କୁ ଭର୍ତ୍ସନା କଲେ ନରସିଂହ । ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ତଳିତଳାନ୍ତ ହୋଇସାରିଲାଣି । କଲେଜରେ ଅଧ୍ୟାପକ ନାହାଁନ୍ତି କର୍ମଚାରୀ ନାହାଁନ୍ତି । ବିଶ୍ବବିଦ୍ୟାଳୟ ଅତିଥି ଅଧ୍ୟାପକରେ ଚାଲିଛି । ଏଠାରେ ଗବେଷଣା ହେବା କଥା। ଅତିଥି ଅଧ୍ୟାପକଙ୍କ ନେଇ କିପରି ଗବେଷଣା ହେବ? ପ୍ରଶ୍ନକାଳରେ ରାଜ୍ୟ ସରକାରଙ୍କୁ ଏମିତି ଭର୍ତ୍ସନା କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସରକାର ପଇସାର ଅଭାବ ନାହିଁ ବୋଲି କହୁଛନ୍ତି। କିନ୍ତୁ ପଦବି ଖାଲି ପଡ଼ିଛି। ବିଶ୍ବବିଦ୍ୟାଳୟରେ ଝାଡ଼ୁ କରିବାକୁ ବି ଲୋକ ନାହାନ୍ତି। ସରକାର ଶିକ୍ଷା ପ୍ରତି କେତେ ସଚେତନ ଏଥିରୁ ଜଣାପଡ଼ୁଛି। କେବଳ ଜୁମ୍ଲାରେ ଚାଲିଛି ଏ ସରକାର। ପ୍ରଶ୍ନକାଳରେ କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି ସରକାରୀ ଓ ପୂର୍ଣ୍ଣ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଖାଲି ପଡ଼ିଥିବା ଅଧ୍ୟାପକ ପଦବି ସଂକ୍ରାନ୍ତରେ ମୂଳ ପ୍ରଶ୍ନ କରିଥିଲେ। ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ ଉତ୍ତର ଦେଇଥିଲେ, ୪୮ଟି ସରକାରୀ ଡିଗ୍ରି କଲେଜରେ ୨୩୭୩ ମଞ୍ଜୁରୀପ୍ରାପ୍ତ ପଦବି ମଧ୍ୟରୁ ୩୮୫ଟି ଖାଲି ପଡ଼ିଛି। ୧୬ଟି ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ୪୬୮ ମଞ୍ଜୁରୀପ୍ରାପ୍ତ ପଦବି ମଧ୍ୟରୁ ୧୧୫ଟି ଖାଲି ଅଛି। ୨୯୮ଟି ପୂର୍ଣ୍ଣ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ୭୧୧୦ଟି ମଞ୍ଜୁରୀପ୍ରାପ୍ତ ପଦବି ମଧ୍ୟରୁ ୧୦୬୫ ଖାଲି ପଡ଼ିଛି। ଏହି ୧୦୬୫ ଖାଲି ପଦବି ପୂରଣ ପାଇଁ ଏସ୍ଏସ୍ପି ଦ୍ବାରା ବିଜ୍ଞାପନ ଜାରି କରାଯାଇଛି।
Trending
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
- ଚଳିତମାସ ୧୭ରୁ ଦେଶରେ ପ୍ରଥମ ଥର ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଚଳାଚଳ ଆରମ୍ଭ
- ଷ୍ଟେସନରେ ଲାଗିଲା ନିଆଁ , ଷ୍ଟେସନ ମାଷ୍ଟର, ଡିଟିସି ଚାମ୍ବରରୁ ନେଇ ଟିକେଟ କାଉଣ୍ଟର ଓ ରେଲୱେ ଲାଇନ କ୍ଷତିଗ୍ରସ୍ତ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଙ୍କ ଦ୍ୱିପାକ୍ଷିକ ଆଲୋଚନା
Prev Post
Next Post