ପାକିସ୍ତାନ ବୁଲିବାକୁ ଯାଇଥିଲେ ଓଟିପି ସେୟାରିଂ କରିଥିବା ଦେଶଦ୍ରୋହୀ
ଭୁବନେଶ୍ୱର : ସିମ କାର୍ଡ ରହସ୍ୟ ଉପରୁ ଧିରେ ଧିର ପରଦା ଉଠୁଛି । ଗିରଫ ପରେ ଅଭିଯୁକ୍ତ ଦୁବାଇ, ପାକିସ୍ତାନ ବୁଲିବାକୁ ଯାଇଥିଲେ ବୋଲି ଜଣାପଡିଛି । ଓଟିପି ସେୟାରିଂ ମାମଲାରେ ଆତଙ୍କବାଦୀ ଲିଙ୍କ ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଅଭିଜିତ ସଞ୍ଜୟ ଜାମ୍ବୁରେ, ପଠାଣି ସାମନ୍ତ ଓ ପଶ୍ଚିମବଙ୍ଗର ଗୁଡୁ କୁମାର ଗୁଇନ୍ଦା ତଥ୍ୟ ଲିକ ପାଇଁ ବିଦେଶ ଯାଇଥିଲେ । ଏନେଇ ସେମାନେ ପ୍ରଶିକ୍ଷଣ ମଧ୍ୟ ନେଇଛନ୍ତି । NIA ତଦନ୍ତ ସମୟରେ ଏଭଳି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଦାକୁ ଆସିଛି ।ସେଠାରେ କାହାକୁ ଭେଟିଥିଲେ ? କି ତଥ୍ୟ ପାକିସ୍ତାନ ଗୁପ୍ତଚରଙ୍କୁ ପ୍ରଦାନ କରିଛନ୍ତି, ସେ ସମ୍ପର୍କରେ ଅଧିକ ତଦନ୍ତ ପାଇଁ ଇଣ୍ଟରପୋଲର ସହାୟତା ନେବ NIA । ସେପଟେ କୋର୍ଟରେ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିନଥିବାରୁ ଆଜି ପଠାଣି ସାମନ୍ତକୁ ରିମାଣ୍ଡରେ ନେବନି ପଶ୍ଚିମବଙ୍ଗ STF ।