ଶ୍ରୀମନ୍ଦିରର ସିଂହଦ୍ବାର, ହେଉଛି ରୂପା ଛାଉଣୀ: ଆସନ୍ତାକାଲି ବାହୁଡା ଯାତ୍ରା

ପୁରୀ: ଆସନ୍ତାକାଲି ବାହୁଡା ଯାତ୍ରା ।  ସୁନ୍ଦର ହେଉଛି ଶ୍ରୀମନ୍ଦିରର ସିଂହଦ୍ବାର, ହେଉଛି ରୂପା ଛାଉଣୀ । ପୂର୍ବ ନିଷ୍ପତ୍ତି ଅନୁସାରେ ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ସମୟରେ ସିଂହଦ୍ବାର ରୂପା ଛାଉଣୀ କାର୍ଯ୍ୟ କରାଯାଉଛି । ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ରୂପା ଛାଉଣୀ କାମ । ସିଂହଦ୍ବାରରେ ମୁମ୍ବାଇରୁ ଆସିଥିବା ୫୦୦ କେଜି ଓଜନର ଦୁଇଟି ଷ୍ଟିଲ୍ ଫ୍ରେମ୍ ଲଗାସରିଛି । ସେଥିରେ ଦାତା ଦେଇଥିବା ରୂପାରେ ନିର୍ମିତ ଚାଦରକୁ କବାଟରେ ଲଗାଯାଉଛି ।ବାହୁଡ଼ା ଯାତ୍ରା ପୂର୍ବରୁ ଅର୍ଥାତ୍ ଆଜି ରାତି ସୁଦ୍ଧା ରୂପା ଛାଉଣୀ ସରିବାକୁ ଲକ୍ଷ୍ୟ ରଖାଯାଇଛି । ରୂପା ଛାଉଣୀ ହୋଇଗଲେ ସିଂହଦ୍ବାର ସୁନ୍ଦର ଦିଶିବ । କାଲି ଭକ୍ତ ଦେଖିବେ ସିଂହଦ୍ବାରର ନୂତନ ସୁନ୍ଦର ରୂପା ।