ଭୁବନେଶ୍ବର: ବିକାଶ କାମରେ ସହଯୋଗ କରୁଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଅମିତ ଶାହଙ୍କ ଉପସ୍ଥିତିରେ ଧନ୍ୟବାଦ ଜଣାଇଛନ୍ତି । ଲୋକସଭା ଭବନ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଆମେ ସଂଘୀୟ ବ୍ୟବସ୍ଥାରେ ବିଶ୍ୱାସ କରୁଛୁ। କେନ୍ଦ୍ର ସରକାରଙ୍କ ସହଯୋଗରେ ବିକାଶର ଧାରା ଆଗକୁ ନେଉଛୁ। ସବୁ ପାରାମିଟରରେ ଓଡ଼ିଶା ଅନେକ ଆଗକୁ ଯାଇଛି। ନୂଆ ଓଡ଼ିଶା ଗଠନ ଦିଗରେ ଆମେ ଆଗେଇ ଚାଲିଛୁ। ଯୋଗାଯୋଗ ଆମ ପାଇଁ ଯଥେଷ୍ଟ ଗୁରୁତ୍ୱ ବହନ କରେ। ଗୁରୁପ୍ରିୟା ସେତୁ, ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ଓଡ଼ିଶାକୁ ସଂଯୋଗ କରିବାକୁ ବିଜୁ ଏକ୍ସପ୍ରେସ ଯୋଗାଯୋଗ କ୍ଷେତ୍ରରେ ଅନେକ ଅବଦାନ ରହିଛି। ପୂର୍ତ୍ତ ବିଭାଗରେ ଆମ ସରକାରଙ୍କ ବଜେଟ ୯୮ ପ୍ରତିଶତ ବଢିଛି। ନବୀନ ସରକାର ସଂଘୀୟ ବ୍ୟବସ୍ଥାରେ ବିଶ୍ୱାସ କରିଆସିଛି । କେନ୍ଦ୍ର ସରକାରଙ୍କ ସହଯୋଗରେ ବିକାଶର ଧାରା ଆଗକୁ ଆଗକୁ ମାଡିଚାଲିଛି । ସବୁ ପାରାମିଟରରେ ଓଡିଶା ଅନେକ ଆଗକୁ ଯାଇଛି ।ନୂଆ ଓଡିଶା ଗଠନ ଦିଗରେ ଆଗେଇ ଚାଲିଛି ରାଜ୍ୟ । ଏହି ବର୍ଷ ସରକାର ୬୫୦୦ କିଲୋମିଟର ରାସ୍ତାର ମରାମତି ଓ ୩୦୦ ନୂଆ ପୋଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ