ଓଡିଶା ଦକ୍ଷତା ବିକାଶ ପରିଷଦର ଅଧ୍ୟକ୍ଷ ପଦ ଛାଡିଲେ ସୁବ୍ରତ ବାଗଚି : ନୂଆ ଅଧ୍ୟକ୍ଷ ହେଲେ ଅଳକା ମିଶ୍ର

ଓଡିଶା ଦକ୍ଷତା ବିକାଶ ପରିଷଦର  ଅଧ୍ୟକ୍ଷ ପଦ ଛାଡିଛନ୍ତି ସୁବ୍ରତ ବାଗଚି । ବାଗଚୀଙ୍କ ପରେ ୱାର୍ଲ୍ଡ ସ୍କିଲ୍ ସେଣ୍ଟରର ସିଇଓ ହୋଇଛନ୍ତି ଅଳକା ମିଶ୍ର । ସୁବ୍ରତ ବାଗ୍‌ଚୀ ନିଜ ପଦବିରୁ ଇସ୍ତଫା ଦେଲା ପରେ ରାଜ୍ୟ ସରକାର ପୂର୍ବତନ ଆଇଆରପିଏସ୍ ଅଫିସର ଅଳକା ଅରୋରା ମିଶ୍ରଙ୍କୁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଶ୍ରୀମତୀ ମିଶ୍ର ଏବେ ୱାଲର୍ଡ ସ୍କିଲ ସେଂଟରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି। ରାଜ୍ୟ ସରକାର ତାଙ୍କୁ ଗତ ୨୦୨୨ ଅକ୍ଟୋବର ମାସରେ ଏହି ନିଯୁକ୍ତି ଦେଇଥିଲେ। ଏଥି ସହ ଅଳକା ମିଶ୍ର ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବେ ।  ସୁବ୍ରତ ବାଗଚି ଦୀର୍ଘ ୭ ବର୍ଷ ଧରି ଓଡିଶା ଦକ୍ଷତା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ । ବ୍ୟକ୍ତିଗତ କାରଣ ପାଇଁ ସେ ପଦ ଛାଡିଥିବା କଥା ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି ।