ସୁବ୍ରତ ବାଗଚୀଙ୍କୁ ମିଳିଲା ନୂଆ ଦାୟିତ୍ବ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁବ୍ରତ ବାଗଚୀଙ୍କୁ ନୂଆ ଦାୟିତ୍ବ ପ୍ରଦାନ କରିଛନ୍ତି । ରାଜ୍ୟର ସମସ୍ତ ପ୍ରଶାସନିକ ସେବା ପ୍ରଶିକ୍ଷଣ ସଂସ୍ଥାନର ଆନୁଷ୍ଠାନିକ ଦକ୍ଷତା ବିକାଶ ପାଇଁ ମୁଖ୍ୟ ପରାମର୍ଶଦାତା ଭାବରେ ନିଯୁକ୍ତ କରିଛନ୍ତି। ଏଥି ସହିତ ରାଜ୍ୟ ସରକାର ଶ୍ରୀ ବାଗ୍ଚୀଙ୍କୁ କ୍ୟାବିନେଟ ମନ୍ତ୍ରୀଙ୍କ ପାହ୍ୟା ଓ ମାନ୍ୟତା ଦେଇଛନ୍ତି। ନୂତନ ଭୂମିକାରେ ସେ ପ୍ରଶାସନିକ ସେବା ପ୍ରଶିକ୍ଷଣ ସଂସ୍ଥାନର ଆନୁଷ୍ଠନିକ କ୍ଷମତା ବିକାଶ ପାଇଁ ଭବିଷ୍ୟତ ଲକ୍ଷ୍ୟ ନିର୍ଦ୍ଧାରଣ ଦିଗରେ କାର୍ଯ୍ୟ କରିବେ । ଉଭୟ ପ୍ରାଥମିକ ସ୍ତର ତଥା ରାଜ୍ୟର ସେବାରେ ଥିବା ସରକାରୀ କର୍ମଚାରୀଙ୍କ ପାଇଁ ନେତୃତ୍ୱ ଦକ୍ଷତା ବୃଦ୍ଧି ପାଇଁ ସେ ଏହି ଅନୁଷ୍ଠାନଗୁଡ଼ିକୁ ଏକୀକୃତ ନିର୍ଦ୍ଦେଶ ପ୍ରଦାନ କରିବେ। ଦୀର୍ଘ ୭ବର୍ଷ ଧରି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବା ପରେ ସେ ଗତ ଜୁନ୍ ୨୯ତାରିଖରେ ପଦରୁ ଇସ୍ତଫା ଦେଇଥିଲେ।