ସତର୍କ ରୁହନ୍ତୁ, ଓଡ଼ିଶା ସିମ୍ ବ୍ୟବହାର କରୁଛନ୍ତି ପାକିସ୍ତାନୀ ଆତଙ୍କବାଦୀ

ଭୁବନେଶ୍ବର: ଧରାପଡିଲେ ପାକିସ୍ତାନୀ ଆତଙ୍କବାଦୀଙ୍କୁ  ଓଟିପି ବିକି ଦେଶଦ୍ରୋହ କାମ କରୁଥିବା ଓଡ଼ିଶାର 3 ଜଣ । ଏମାନଙ୍କୁ ନୟାଗଡ଼ ଓ ଯାଜପୁରରୁ ଗିରଫ କରିଛି ଏସଟିଏଫ୍ । ଟଙ୍କା  ନେଇ ଓଟିପି ବିକ୍ରି କରି ସେମାନଙ୍କୁ ଅପରାଧ କରିବାରେ ସାହାଯ୍ୟ କରୁଛନ୍ତି ଏହି ଲୋକମାନେ । ସିମ୍ ଓଡ଼ିଶାର ଅପରେଟ୍ ହେଉଛି ପାକିସ୍ତାନରୁ । ଟାର୍ଗେଟରେ ଓଡ଼ିଶାର ଲୋକ । ବିଭିନ୍ନ ଠକେଇ ମାମଲାରେ ଏମାନେ ଜଡିତ ରହୁଛନ୍ତି । ପୋଲିସ ତଦନ୍ତ ବେଳେ କିଛି ପତା ମିଳୁନାହିଁ । ଧରାପଡିଥିବା 3 ଜଣଙ୍କର ପାକିସ୍ତାନୀ ଗୁଇନ୍ଦା ସଂସ୍ଥା  ISI ଲିଙ୍କ ନେଇ ହୋଇଛି ବଡ଼ ଖୁଲାସା ।  ପଠାଣି ସାମନ୍ତ ଲେଙ୍କା, ସରୋଜ କୁମାର ନାୟକ ଓ ସୌମ୍ୟ ପଟ୍ଟନାୟକ ଙ୍କୁ ଗିରଫ କରାଯାଇ ତଦନ୍ତ ଚାଲୁରହିଛି ।  ୧୯ଟି ନାମୀ ଦାମୀ ଫୋନ୍‍ , ୪୭ ଟି ସିମ୍ କାର୍ଡ, ୬୧ଟି ଏଟିଏମ୍ କାର୍ଡ, ୨୧ଟି ଟି ସିମ୍‌ କଭର ଜବତ ହୋଇଛି । ବିଭିନ୍ନ ଅପରାଧିକ କାର୍ଯ୍ୟ ପାଇଁ ଆଇଏସଆଇ ଏଜେଣ୍ଚଙ୍କ ସହ ଏମାନେ ସହଯୋଗରେ ଅଛନ୍ତି। ଫେକ୍ ଆକାଉଣ୍ଟ ଖୋଲି ଲୋକଙ୍କୁ ଲୁଟୁଛନ୍ତି । ଭାରତର ବିଭିନ୍ନ ସ୍ଥାନରେ ଥିବା ପାକିସ୍ତାନୀ ସ୍ଲିପର ସେଲ୍ ବି ଏଇ ଓଟିପି ବ୍ୟବହାର କରୁଥିବାର ଆଶଙ୍କା କରାଯାଉଛି । ତେଣୁ ଫେକ୍ କଲ ଗ୍ରହଣ କରିବା ପୂର୍ବରୁ ସତର୍କ ରୁହନ୍ତୁ ନହେଲେ ଆପଣଙ୍କ ଆକାଉଣ୍ଟ ବି ଖାଲି କରିଦେଇପାରନ୍ତି ଏହି ଅପରାଧୀମାନେ ।