ଶିମିଳିପାଳରେ ମହାବଳ ବାଘଙ୍କ ଭିତରେ ଲଢ଼େଇ
ଶିମିଳିପାଳରେ ମହାବଳ ବାଘଙ୍କ ଭିତରେ ଲଢ଼େଇ ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦୁଇଟି ମହାବଳ ବାଘ ମଧ୍ୟରେ ଲଢ଼େଇ ଭିଜୁଆଲରୁ ଏହା ସ୍ପଷ୍ଟ ହେଉଛି ଯେ ଶିମିଳିପାଳରେ ବାଘ ଅଛନ୍ତି । ଆଉ ଜଙ୍ଗଲରେ ନିଜର ଏକଚାଟିଆ ଆଧିପତ୍ୟ ପାଇଁ ବାଘ-ବାଘ ମଧ୍ୟରେ ଲଢେଇ ବି କରୁଛନ୍ତି । ଶିମିଳିପାଳ କର୍ତ୍ତୃପକ୍ଷଙ୍କ ତରଫରୁ ଏହାର ଭିଡିଓ ଜାରି କରାଯାଇଛି । ଲୋକଙ୍କୁ ମହାବଳ ବାଘଙ୍କ ଫାଇଟ୍ ସମ୍ପର୍କରେ ଅବଗତ କରିବାକୁ ଏହି ଭିଭିଓ ସୋଶାଲ ମିଡିଆରେ ପୋଷ୍ଟ କରାଯାଇଥିବା ଶିମିଳିପାଳ RRCF ପ୍ରକାଶ କରିଛନ୍ତି । ଶିମିଳିପାଳ ଏବେ ବାଘଙ୍କ ବାଘଙ୍କ ସୁରକ୍ଷା ଆଶ୍ରୟସ୍ଥଳୀ ପାଲଟିଛି । ଶିମିଳିପାଳରେ ୩ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇ ପାଟ୍ରୋଲିଂ କରାଯାଉଛି । ତେବେ ଶିମିଳିପାଳ ଅଭୟାରଣ୍ୟରେ ବାଘଙ୍କ ଅସ୍ତିତ୍ୱକୁ ନେଇ ବହୁ ପ୍ରଶ୍ନ ଉଠୁଥିବା ବେଳେ ଏବେ ସେଥିରେ ଏକ ପ୍ରକାର ବିରାମ ଲାଗିଛି । କାରଣ ଏପରି ଫାଇଟ୍ ଶିମିଳିପାଳରେ ବାଘଙ୍କ ବଂଶବିସ୍ତାର ହେଉଥିବା ସୂଚନା ଦେଉଛି ।