ନୂଆ ସରକାରରେ ଆଡଭୋକେଟ ଜେନେରାଲ ହେଲେ ପୀତାମ୍ବର ଆଚାର୍ଯ୍ୟ
ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ବଡ଼ ଦାୟିତ୍ବ ମିଳିଛି । ନୂଆ ସରକାରେ ଆଡଭୋକେଟ ଜେନେରାଲ ହୋଇଛନ୍ତି ପୀତାମ୍ବର ଆଚାର୍ଯ୍ୟ । ତାଙ୍କୁ ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି ମିଳିଛି । ଏଜି ଭାବେ ନିଯୁକ୍ତି କଲେ ରାଜ୍ୟପାଳ । ଏ ନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ହେଉଛନ୍ତି ପୀତାମ୍ବର ଆଚାର୍ଯ୍ୟ।