ଆପାର୍ଟମେଣ୍ଟରେ ପଶି କୁନିଝିଅ ଆଗରେ ମା’ଙ୍କୁ ଦୁଷ୍କର୍ମ କଲେ ଚୋର

ଭୁବନେଶ୍ବର:  ପୁଣି ରାଜଧାନୀରେ ଚୋରଙ୍କ ଅପରାଧକୁ ନେଇ ଚର୍ଚା ଜୋର ଧରିଛି । ଚୋର ଚୋରି କରିବାକୁ ଆସି ମହିଳାଙ୍କୁ ଦୁଷର୍ମ କରିଛନ୍ତି ।  ରବିବାର ରାତି ପ୍ରାୟ ୨ଟାରେ  ଚୋରମାନେ ଆପାର୍ଟମେଣ୍ଟର ପ୍ରଥମ ମହଲାରେ ଥ‌ିବା ଗୋଟିଏ ଘରକୁ ଟାର୍ଗେଟ କରିଥିଲେ। ବାଲକୋନି କବାଟ ଖୋଲାଥିବାରୁ ସେମାନେ ଅତି ସହଜରେ ଘର ଭିତରକୁ ପଶିଥିଲେ। ଘରେ ଥ‌ିବା ଆଲମାରୀରେ ଖୋଜାଖୋଜି କରିଥିଲେ ଆଉ ଏତିକିବେଳେ ଘରେ ଥିଲେ ଜଣେ ବିବାହିତ ମହିଳା ଓ ତାଙ୍କର ୨ ବର୍ଷର କୁନି ଝିଆ ମହିଳା ଜଣଙ୍କ ଉଠିଥିବାରୁ ଚୋରଙ୍କ ସହ ହେଲା ମୁହାଁମୁହିଁ। ହାତରେ ଛୁରୀ ଧରିଥିବା ଚୋର ମହିଳାଙ୍କୁ ଧମକାଇବା ଆରମ୍ଭ କରିଥିଲେ। ଘରେ ରଖିଥ‌ିବା ସବୁ ସୁନା ଦେଇଦେବାକୁ ବାଧ୍ୟ କଲେ। ଚିତ୍କାର କଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଘର ଯାକ ଖୋଜିଲେ, କିନ୍ତୁ କୌଣସି ଦାମୀ ଜିନିଷ ପାଇଲେ ନାହିଁ। ମହିଳା ଜଣକ ସୁନାର କାନ ଫୁଲ ପିନ୍ଧିଥ‌ିବାରୁ କାନ ଫୁଲ ଦେବାକୁ କହିଥିଲେ। କିନ୍ତୁ ଏତିକିରେ ସେମାନଙ୍କ ମନ ବୁଝିନଥୁଲା