ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କାଲି ଶ୍ରୀମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ ପାଳନ ହେବ । ଶ୍ରୀମନ୍ଦିର ରୀତିନୀତି ସ୍ୱତନ୍ତ୍ର ହୋଇଥିବାରୁ କାଲି ସୂର୍ଯ୍ୟ ଉଦୟ ପରେ ପୂର୍ଣ୍ଣମୀ ତିଥି ରହିଥିବାରୁ ମହାପ୍ରଭୁଙ୍କର ରକ୍ଷାବନ୍ଧନ ନୀତି ସମ୍ପନ୍ନ ହେବ । ତେବେ ସାଧାରଣ ଲୋକ ଆଜି ରକ୍ଷାବନ୍ଧନ ପାଳନ କରୁଛନ୍ତି । କାଲି ସକାଳେ ମଧ୍ୟ ପୂର୍ଣ୍ଣମୀ ତିଥି ଥିବା ପର୍ଯ୍ୟନ୍ତ ରାକ୍ଷୀ ବାନ୍ଧିବାରେ ଅସୁବିଧା ନାହିଁ ବୋଲି ପଣ୍ଡିତମାନେ କହିଛନ୍ତି । ଅଗଷ୍ଠ ୩୦ ଓ ୩୧ ତାରିଖରେ ଭାଇ ହାତରେ ରାକ୍ଷୀ ବାନ୍ଧି ପାରିବେ । ଭାଇର ହାତରେ ସ୍ନେହର ଡୋରୀ ବାନ୍ଧିଥାଏ ଭଉଣୀ । ଆଜି ପୂର୍ଣ୍ଣିମା ତିଥି ସହ ସକାଳ ୧୦ଟା ୫୯ ମିନିଟରୁ ଭଦ୍ରାକାଳ ଆରମ୍ଭ ହେଉଛି । ଯଦି କୌଣସି କାରଣରୁ ଆଜି ରାକ୍ଷୀ ବାନ୍ଧି ପାରୁନାହାନ୍ତି, ତେବେ ଚିନ୍ତା କରିବାର କୌଣସି କାରଣ ନାହିଁ । କାରଣ ୩୧ ଅଗଷ୍ଟରେ ବି ଆପଣ ରାକ୍ଷୀ ବାନ୍ଧି ପାରିବେ । ରାକ୍ଷୀ ପୂର୍ଣ୍ଣିମା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
मेरे सभी परिवारजनों को रक्षाबंधन की हार्दिक शुभकामनाएं। बहन और भाई के बीच अटूट विश्वास और अगाध प्रेम को समर्पित रक्षाबंधन का ये पावन पर्व, हमारी संस्कृति का पवित्र प्रतिबिंब है। मेरी कामना है, यह पर्व हर किसी के जीवन में स्नेह, सद्भाव और सौहार्द की भावना को और प्रगाढ़ करे।
— Narendra Modi (@narendramodi) August 30, 2023