କଟକ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନିଦିନିଆ ଓଡ଼ିଶା ଗସ୍ତର ଆଜି ଦ୍ବିତୀୟ ଦିନ । ରାଷ୍ଟ୍ରପତି ଭୁବନେଶ୍ବରରୁ କଟକ ଆସିବା ପରେ ପ୍ରଥମେ ଆରାଧ୍ୟ ଦେବୀ ମା’ କଟକ ଚଣ୍ଡୀଙ୍କ ଦର୍ଶନ କରିଛନ୍ତି । ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ୧୫ ମିନିଟ ରହିଥିଲେ । ସେଠାରୁ ଶୈଳବାଳା ମହିଳା ମହାବିଦ୍ୟାଳୟକୁ ଯାଇ ମଧୁବାବୁଙ୍କ ଜନ୍ମସ୍ଥାନରେ ଶ୍ରଦ୍ଧାଞ୍ଜଳି ଦେଇ ୧୫ ମିନିଟ ବିତାଇଥିଲେ ।
President Droupadi Murmu paid floral tributes to Madhusudan Das, the great nationalist leader and social reformer at Cuttack, Odisha. pic.twitter.com/t3KqAbhGNl
— President of India (@rashtrapatibhvn) July 26, 2023
ପରେ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ଯାଇ ସୁବାସ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ୨୦ ମିନିଟ ସଂଗ୍ରହାଳୟ ବୁଲି ଦେଖିଥିଲେ । ସେଠାରୁ ବାହାରି ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମକୁ ଆସି ଓଡିଶା ହାଇକୋର୍ଟର ୭୫ ତମ ପ୍ରତିଷ୍ଠା ସମାରୋହର ଉଦଯାପନୀ ଉତ୍ସବରେ ଯୋଗ ଦେଇଛନ୍ତି ।
President Droupadi Murmu paid floral tributes to Netaji Subhas Chandra Bose at Netaji Birthplace Museum in Cuttack, Odisha. pic.twitter.com/HjEDyabNIu
— President of India (@rashtrapatibhvn) July 26, 2023
ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମାଜିକ ଓ ଆର୍ଥିକ ଅନଗ୍ରସରଙ୍କୁ ନ୍ୟାୟ ଉପରେ ସମ୍ବିଧାନରେ ପ୍ରାଥମିକତା ଦେବା ଉଚିତ ବୋଲି କହିଛନ୍ତି । ନ୍ୟାୟ ପ୍ରଦାନ ବେଳେ ନିରପେକ୍ଷତାକୁ ଅକ୍ଷୁର୍ଣ୍ଣ ରଖିବାକୁ ପରାମର୍ଶ ଦେଲେ ରାଷ୍ଟ୍ରପତି । ଏହି ଅବସରରେ ହାଇକୋର୍ଟର ସଫଳ ଯାତ୍ରା ଉପରେ ସେ ଆଲୋକପାତ କରିଥିଲେ ।
LIVE: President Droupadi Murmu addresses the valedictory function of 75th year celebrations of the High Court of Orissa at Cuttack https://t.co/97OzlzR4Eo
— President of India (@rashtrapatibhvn) July 26, 2023
ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ଏକ ସ୍ମରଣୀୟ ଦିନ । ମାତ୍ର ୪ ଜଣ ବିଚାରପତିଙ୍କୁ ନେଇ ଆରମ୍ଭ ହୋଇଥିଲା ଓଡ଼ିଶା ହାଇକୋର୍ଟ । ଏବେ ହାଇକୋର୍ଟରେ ୩୩ ଜଣ ବିଚାରପତି ରହିଛନ୍ତି । ଓଡ଼ିଶା ହାଇକୋର୍ଟର ୭୫ବର୍ଷର ସୁଦୀର୍ଘ ଯାତ୍ରା ବିଷୟରେ ଆଲୋକପାତ କରିଥିଲେ । ପ୍ରାକୃତିକ ବିପର୍ଯ୍ୟୟ ମାନବ ସମାଜ ପାଇଁ ଏକ ଆହ୍ୱାନ । ପିଲାବେଳୁ ଆଦିବାସୀ ଜୀବନଯାତ୍ରା ଦେଖିଥିବାରୁ ପ୍ରକୃତି ସହିତ ଆଦିବାସୀ ଜୀବନଶୈଳୀ ଯୋଡ଼ି ହୋଇରହିଛି । ତାକୁ ସେ ହୃଦୟଙ୍ଗମ କରିଥିବା କହିଛନ୍ତି ।