ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଅପରାହ୍‌ଣ ୩ଟା ୩୫ ମିନିଟ୍‌ରେ ନୟାଗଡ଼ର କାଳିଆପଲ୍ଲୀଠାରେ ଭାରତୀୟ ବିଶ୍ବାବସୁ ସମାଜ ଫାଉଣ୍ଡେସନ୍‌ର ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେବେ।

ଏହାପରେ ଭୁବନେଶ୍ବର ଫେରି ରାଜଭବନରେ ରାତ୍ରିଯାପନ କରି‌ବେ। ୨୫ତାରିଖ ସକାଳେ ବାୟୁସେନା ବିମାନ ଯୋଗେ ନୂଆଦିଲ୍ଲୀ ଫେରିଯିବେ। ଅପରାହ୍ଣ ସାଢ଼େ ୧୨ଟା ସମୟରେ ଛତିଶଗଡ଼ ରାୟପୁରର ସ୍ବାମୀ ବିବେକାନନ୍ଦ ବିମାନବନ୍ଦରରୁ ସେ ସ୍ବତନ୍ତ୍ର ବାୟୁସେନା ବିମାନ ଯୋଗେ ଆସି ଅପରାହ୍ଣ ସାଢ଼େ ୧ଟା ସମୟରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ  ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ।

ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ନୟାଗଡ଼  ନୀଳମାଧବ ମନ୍ଦିର ନିକଟସ୍ଥ ହେଲିପ୍ୟାଡ୍‌ରେ ଅବତରଣ କରିବେ। କଣ୍ଟିଲୋସ୍ଥିତ ଅତିଥି ଭବନରେ ସାମୟିକ ବିଶ୍ରାମ ନେବା ପରେ ଅପରାହ୍‌ଣ ୩ଟା ୫ ମିନିଟ୍‌ରେ ନୀଳମାଧବ ମନ୍ଦିର ଦର୍ଶନ କରିବେ।

 

Leave a comment