ଧାମନଗରରେ ପୁଲିସ ଡିଜି ୱାଇ.ବି ଖୁରାନିଆ
ଭଦ୍ରକ ଜିଲ୍ଲା ଧାମନଗରରେ ପୁଲିସ ଡିଜି ୱାଇ.ବି ଖୁରାନିଆ ସ୍ଥିତିର ସମୀକ୍ଷା କରିଛନ୍ତି। ସେ ବରିଷ୍ଠ ଅଧିକାରୀମାନଙ୍କ ସହ ଧାମନଗର ଥାନାରେ ଆଲୋଚନା କରିଛନ୍ତି। ଏଥିରେ ପୂର୍ବାଞ୍ଚଳ ଡିଆଇଜି ଓ ଭଦ୍ରକ ଏସ୍ପି ମଧ୍ୟ ଉପସ୍ଥିତ ଥିଲେ। ସମୀକ୍ଷା ପରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଡିଜିପି ନିବେଦନ କରିଛନ୍ତି। ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜନା ପରେ ସ୍ଥିତି ସମୀକ୍ଷା କରାଯାଉଛି। ଏହି ଅବସରରେ ସେ କହିଛନ୍ତି, ଅଯଥା ସୋସିଆଲ ମିଡିଆ ପୋଷ୍ଟରେ କମେଣ୍ଟ କରନ୍ତୁ ନାହିଁ। ଭଦ୍ରକରେ ଶାନ୍ତି ଫେରାଇ ଆଣିବାକୁ ପୋଲିସର ଉଦ୍ୟମ ଚାଲିଥିବା ବେଳେ ଭଦ୍ରକରେ ପହଞ୍ଚି ହିଂସା ଘଟଣାର ସ୍ଥିତି ସମୀକ୍ଷା କରିବା ସହ ଇଣ୍ଟରନେଟ ଆସନ୍ତାକାଲି ସୁଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି । ଆଇନଶୃଙ୍ଖଳା ସ୍ଥିତି ଅନୁଧ୍ୟାନ ପରେ DG ପ୍ରତିକ୍ରିୟା ରଖିଛନ୍ତି । ପରିସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି ବୋଲି କହିଛନ୍ତି ଡିଜିପି ୱାଇ.ବି. ଖୁରାନିଆ । ସୋସିଆଲ ମିଡିଆରେ ହେଉଥିବା ମିଥ୍ୟା ଅପପ୍ରଚାର ଓ ଗୁଜବଠୁ ଦୂରେଇ ରହିବା ସହ ଅଯଥା କମେଣ୍ଟ ନ କରିବାକୁ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି।