ମେଟ୍ରୋରେ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଗଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ବବିଦ୍ୟାଳୟର ଶତବାର୍ଷିକୀ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ମେଟ୍ରୋ ଟ୍ରେନ୍‌ରେ ଟିକେଟ କରି ଯାଇଛନ୍ତି । ଦିଲ୍ଲୀ ବିଶ୍ବବିଦ୍ୟାଳୟକୁ ଯାଉଥିବା ବେଳେ ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ  ପ୍ରଧାନମନ୍ତ୍ରୀ ମୋଦୀ । ମେଟ୍ରୋ ଟ୍ରେନ୍‌ ଯାତ୍ରାକାଳୀନ ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି।