ପଥୋତ୍ସବରେ ଝୁମିଛି ରାଜଧାନୀ ଭୁବନେଶ୍ବର

ଭୁବନେଶ୍ବର: ଶୀତୁଆ ସକାଳରେ ମନୋରଞ୍ଜନର ମାହୋଲ । ଛୁଟି ଦିନରେ ରାସ୍ତା ଉପରେ ମଉଜ କରୁଛନ୍ତି ରାଜଧାନୀ ବାସିନ୍ଦା । ପଥୋତ୍ସବରେ ଝୁମିଛି ରାଜଧାନୀ ଭୁବନେଶ୍ବର । ରବିବାରରେ ସ୍ମାର୍ଟସିଟିରେ ଚାଲିଛି ଧୁମ ମସ୍ତି । ଉତ୍ତର ନିର୍ବାଚନ ମଣ୍ଡଳୀର ଶିଖରଚଣ୍ଡିରୁ ଇନଫୋସିଟି ମଧ୍ୟରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ନାଚଗୀତକୁ ଝୋଟି ମୋହିଲା ଲୋକଙ୍କ ମନ । ସେହିପରି ପ୍ରଥମ ଥର ପାଇଁ ପୋଲିସ ବ୍ୟାଣ୍ଡ ପଥୋତ୍ସବରେ ସାମିଲ ହୋଇଥିଲା । କିଟ ଓ କିସ୍ ଛାତ୍ରଛାତ୍ରୀଙ୍କ ମ୍ୟୁଜିକାଲ ବ୍ୟାଣ୍ଡ ଲୋକଙ୍କ ହୃଦୟକୁ ଛୁଇଁଥିଲା ।
ପଥୋତ୍ସବରେ କିଏ ଝୋଟି ପକାଉଛି ଆଉ କିଏ ନାଚୁଛି । ପୁଣି ଆଉ କିଏ ଖେଳି ବୁଲି ମଜା କରୁଛି । ସକାଳୁ ସକାଳୁ ପଥୋତ୍ସବର ମଜା ନେଉଛନ୍ତି ରାଜଧାନୀ ବାସିନ୍ଦା । କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ, ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସହ ବହୁ କର୍ପୋରେଟର ସାମିଲ ହୋଇ ଲୋକଙ୍କ ମଧ୍ୟରେ ଉତ୍ସାହ ଭରିଥିଲେ ।