ଗିରଫ ହୋଇଥିବା ପଠାଣି ସାମନ୍ତକୁ ପଚରାଉଚରା କରିବ ପଶ୍ଚିମବଙ୍ଗ ଏସଟିଏଫ୍

ଭୁବନେଶ୍ବର: ଓଟିପି ସେୟାରିଂ ଓ ଆତଙ୍କୀ ଲିଙ୍କ ମାମଲାରେ ଗିରଫ ହୋଇଥିବା ପଠାଣି ସାମନ୍ତକୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ ଏସଟିଏଫ୍ ଆସନ୍ତାକାଲିଠାରୁ ୫ ଦିନିଆ ରିମାଣ୍ଡରେ ନେଇପାରେ। ଗୁଡୁ ମୁସଲିମ ଲିଙ୍କରେ ଅଧିକ ପଚରାଉଚରା ହୋଇପାରେ ବୋଲି ସୂଚନା ମିଳିଛି।ସିଲିଗୁଡ଼ି ଥାନାରେ ପଠାଣି ସାମନ୍ତ ନାଁରେ ପୂର୍ବରୁ ମାମଲା ରହିଛି। ରିମାଣ୍ଡ ସରିବା ପରେ ଝାରପଡ଼ା ଜେଲରେ ପଠାଣି ସାମନ୍ତକୁ ଏନଆଇଏ ଜେରା କରିବ ବୋଲି ଜଣାଯାଇଛି। ପଠାଣି ସାମନ୍ତ ଓ ଅଭିଜିତ ସଞ୍ଜୟ ଜାମ୍ବୁରଙ୍କୁ ହୋଇପାରେ ମୁହାଁମୁହିଁ ଜେରା ହୋଇପାରେ। ହନିଟ୍ରାପ୍ ଓ ପାକିସ୍ତାନ ଗୁଇନ୍ଦା ଏଜେଣ୍ଟ ଲିଙ୍କ ନେଇ ଅଧିକ ପଚରାଉଚରା ହୋଇପାରେ। ପୂର୍ବରୁ ଏ ନେଇ ଏସଟିଏଫ୍ ଇଣ୍ଟେଲିଜେନ୍ସ ବ୍ୟୁରୋ ସହ ଯୋଗାଯୋଗରେ ରହିଛି।