ବାହାନଗା ରେଳ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

କଟକ: ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ବିହାର ବାସିନ୍ଦା ପ୍ରକାଶ ରାମ। ଏହାକୁ ମିଶାଇ ଏସସିବିରେ ଦୁଇ ମୃତ୍ୟ ହୋଇଛି।ଏହାଫଳରେ ବାଲେଶ୍ବର ଜିଲ୍ଲା ବାହାନଗାରେ ଗତ ୨ ତାରିଖ ଦିନ ଘଟିଥିବା କରମଣ୍ଡଳ ଏକ୍ସପ୍ରେସ୍‌, ଯଶୋବନ୍ତପୁର-ହାୱଡା ଏକ୍ସପ୍ରେସ୍‌ ଓ ମାଲଗାଡ଼ି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୨୯୦କୁ ବୃଦ୍ଧି ପାଇଛି।  ବିଭିନ୍ନ ସ୍ଥାନରେ ଆହୁରି ପ୍ରାୟ କେତେକ ଲୋକଙ୍କର ଚିକିତ୍ସା ଜାରି ରହିଛି।