ଓଜେଇଇ କାଉନସେଲିଂ ଆଜିଠୁ
ଭୁବନେଶ୍ବର: ରାଜ୍ୟରେ ଥିବା ସରକାରୀ ଓ ଘରୋଇ କଲେଜର ବିଟେକ୍, ବିଆର୍କିଟେକ୍, ବିପ୍ଲାନ୍, ବିକାଟ୍, ଇଣ୍ଟିଗ୍ରେଟେଡ୍ ଏମ୍ଏସ୍ସି ପାଠ୍ୟକ୍ରମରେ ନାମଲେଖା ଲାଗି ଗୁରୁବାରଠାରୁ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଚଳିତବର୍ଷ ୪ଟି ରାଉଣ୍ଡରେ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବ। ଜୁଲାଇ ୬ ପୂର୍ବାହ୍ନ ୧୧ଟାରୁ ରୢାଙ୍କକାର୍ଡଧାରୀ ପ୍ରାର୍ଥୀମାନେ ନାମ ପଞ୍ଜୀକରଣ ଓ ଚଏସ୍ ଫିଲିଂ କରିପାରିବେ। ୧୦ ତାରିଖ ଅପରାହ୍ଣ ୫ଟା ସୁଦ୍ଧା ଚଏସ୍ ଫିଲିଂ କରିଥିବା ପ୍ରାର୍ଥୀଙ୍କ ପାଇଁ ୧୨ ତାରିଖ ଅପରାହ୍ଣରେ ମକ୍ ସିଟ୍ ଆଲଟ୍ମେଣ୍ଟ ପ୍ରକାଶ ପାଇବ। ୧୪ ତାରିଖରେ ପୂର୍ବାହ୍ନ ୧୧ଟା ୩୦ରୁ ପ୍ରାର୍ଥୀଙ୍କ ପାଇଁ ଚଏସ୍ ଲକିଂ ସୁବିଧା ଉପଲବ୍ଧ ହେବ। ୧୫ ତାରିଖ ରାତି ୧୧ଟା ୫୯ ସୁଦ୍ଧା ପଞ୍ଜୀକରଣ ଓ ଚଏସ୍ ଲକିଂ ଶେଷ ହେବ। ୧୬ରୁ ୧୮ ତାରିଖ ମଧ୍ୟରେ ତଥ୍ୟ ଯାଞ୍ଚ, ସିଟ୍ ବୈଧତା ଆଦି ଯାଞ୍ଚ କରାଯିବା ପରେ ୧୯ ତାରିଖରେ ପ୍ରଥମ ରାଉଣ୍ଡ ସିଟ୍ ଆଲଟ୍ମେଣ୍ଟ ହେବ।