ରାଜ୍ୟରେ ପୁଣି ଚିଟ୍‌ଫଣ୍ଡ ଭଳି ଘରୋଇ ଫାଇନାନ୍ସ କମ୍ପାନି ମହାଜନୀ ଚଳାଇଛନ୍ତି: ବିଜେପି

ଭୁବନେଶ୍ୱର: ସାରା ରାଜ୍ୟରେ ବେସରକାରୀ ଫାଇନାନ୍ସ କମ୍ପାନି ଲୋକଙ୍କୁ ଲୁଟୁଥିବା ଅଭିଯୋଗ କରିଛି ବିଜେପି। ଆଜି ବି ରାଜ୍ୟରେ ମହାଜନୀ କାରବାର ଚାଲିଛି ଯାହାକୁ ରାଜ୍ୟ ସରକାର ପ୍ରୋତ୍ସାହନ ଦେଉଛନ୍ତି। ଘରୋଇ ଫାଇନାନ୍ସ କମ୍ପାନିଗୁଡ଼ିକ ଗାଁରେ ମହିଳାଙ୍କୁ ଏକାଠି କରି ବୈଠକ କରିବା ସହ ଜବରଦସ୍ତ ଋଣ ଦେଉଛନ୍ତି। ଏହି ମହିଳାମାନେ ଋଣ ପରିଶୋଧ ନକରିପାରିବା ପରେ ସେମାନେ ତାଙ୍କୁ ମାନସିକ ନିର୍ଯାତନା, ଅପମାନ ଦେବା ସହ ଆତ୍ମହତ୍ୟା କରିବାକୁ ବାଧ୍ୟ କରୁଛନ୍ତି। ରାଜ୍ୟରେ ପୁଣି ଚିଟଫଣ୍ଡ ଭଳି ଘରୋଇ ଫାଇନାନ୍ସ କମ୍ପାନି ରାହାଜାନି ଚଳାଇଛନ୍ତି ବୋଲି ବିଜେପି ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ ଆଣିଛନ୍ତି।