ଅମାନିଆ ଗାଡି ଚାଳକଙ୍କୁ ସାବାଡ କରିବା ପାଇଁ ବିଏମସି ଏନଫୋର୍ମମେଣ୍ଟ ଟିମ୍ କରୁଛି ଚକା ଲିକ୍

ରାଜଧାନୀ ରାଜରାସ୍ତାରୁ ଗାଡି ନହଟାଇଲେ ପଙ୍କଚର କରାଯାଉଛି । ଅମାନିଆ ଗାଡି ଚାଳକଙ୍କୁ ସାବାଡ କରିବା ପାଇଁ ବିଏମସି ଏନଫୋର୍ମମେଣ୍ଟ ଟିମ୍ କରୁଛି ଚକା ଲିକ୍ । ହକି ବିଶ୍ୱକପ ପାଇଁ ସମସ୍ତେ ତତ୍ପର ଥିବା ବେଳେ ଅମାନିଆ ଗାଡି ଚାଳକଙ୍କୁ ଶିକ୍ଷା ଦେଉଛି ବିଏମସି । ବୁଧବାର ଜୟଦେବ ବିହାରରୁ ଜେଡୱାନ ପର୍ଯ୍ୟନ୍ତ ପାର୍କିଂ ବାହାରେ ଥିବ ଗାଡିକୁ ବିଏମସି କର୍ମଚାରୀ ପେଂଚ କରିଛନ୍ତି । ଫୁଟପାଥରେ ଓ ରାସ୍ତାକଡରେ ଥିବା ଗାଡିକୁ ହଟାଇବା ପାଇଁ ଡାକବାଜି ଯନ୍ତ୍ରରେ ଲୋକଙ୍କୁ ଅପିଲ କରିଥିଲେ ଏନଫୋର୍ମମେଣ୍ଟ କର୍ମଚାରୀ ।ଏହାପରେ ବି ଗାଡି ନହଟାଇବାକୁ ଚକାରୁ ପମ୍ପ ଖୋଲି ପଙ୍କଚର କରାଯାଇଛି । ରାଜଧାନୀର ବିଭିନ୍ନ ସ୍ଥାନରେ ଏନଫୋର୍ସମେଣ୍ଟ ଟିମ୍ ବୁଲି ବୁଲି ପାର୍କିଂ ପାଇଁ ଚିହ୍ନଟ ସ୍ଥାନରେ ରଖିନଥିବା ଗାଡିକୁ ପଙ୍କଚର କରୁଛନ୍ତି । ବିଭିନ୍ନ ମଲ ତଥା ଦୋକାନକୁ ଯିବା ପାଇଁ ପାର୍କିଂରେ ଗାଡିନରଖି ବରଂ ରାସ୍ତା ଉପରେ ଗାଡିରଖି ଲୋକେନ ଚାଲି ଯାଉଛନ୍ତି । ଏପରିକି ଲୋକେ ଫୁଟପାଥ ଉପରେ ମଧ୍ୟ ଗାଡି ରଖି ଦେଉଛନ୍ତି । ତେଣୁ ଲୋକଙ୍କୁ ସଚେତନ କରିବା ପରେ ବି ଯେଉଁମାନେ ଅମାନିଆ ହୋଇ ଏଣେତେଣେ ଗାଡି ରଖୁଛନ୍ତି, ସେମାନଙ୍କୁ ବୁଦ୍ଧି ଶିଖାଇବା ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ଏନଫୋର୍ମମେଣ୍ଟ ଟିମ୍ ଅଧିକାରୀ କହିଛନ୍ତି ।