ଖୁବଶୀଘ୍ର ନୂଆ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଆଇନ ଆସିବ

 

କଟକ : ଖୁବଶୀଘ୍ର ନୂଆ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଆଇନ ଆସିବ।  ବିଧାନସଭାରେ ଆପର୍ଟମେଣ୍ଟ ମାଲିକାନା ସଂପର୍କିତ ନୂଆ ଓଡ଼ିଶା ଆପାର୍ଟମେଣ୍ଟ (ଓନର୍‌ସିପ୍‌ ଆଣ୍ଡ ମ୍ୟାନେଜମେଣ୍ଟ) ବିଲ୍‌, ୨୦୨୩କୁ ଉପସ୍ଥାପନ ପାଇଁ ନୋଟିସ୍ କରାଯାଇଛି। ଚଳିତ ବିଧାନସଭା ଅଧିବେଶନରେ ଏହି ବିଲ ଉପସ୍ଥାପନ ପାଇଁ ଆଇନ ବିଭାଗ ପଦକ୍ଷେପ ଗ୍ରହଣ କରୁଛି। ସରକାରଙ୍କ ତଥ୍ୟକୁ ବିଚାରକୁ ନେଇ ହାଇକୋର୍ଟ ବିମଳେନ୍ଦୁ ପ୍ରଧାନ ଓ ଅନ୍ୟମାନଙ୍କ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୦କୁ ଧାର୍ଯ୍ୟ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର୍‌ ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।