ଆସନ୍ତା ୧୬ ତାରିଖରେ ୭୮ ପୁରି ୭୯ ବର୍ଷ ବୟସରେ ପାଦ ଦେବେ ନବୀନ

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୂରିବ ୭୮ ବର୍ଷ । ଆସନ୍ତା ୧୬ ତାରିଖରେ ୭୮ ପୁରି ୭୯ ବର୍ଷ ବୟସରେ ପାଦ ଦେବେ ନବୀନ।  ରକ୍ତ ଅଭାବରୁ ଯେପରି କୌଣସି ଜୀବନ ନ ଯାଏ, ସେଥିପାଇଁ ବ୍ୟାପକ ଭାବେ ରକ୍ତଦାନ ଶିବିର ଅନୁଷ୍ଠିତ କରିବାକୁ ବିଜେଡି ନେତା ଓ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ନବୀନ। ଜୀବନ ବିନ୍ଦୁ ନାଁରେ ରକ୍ତଦାନ ଶିବିର ଆୟୋଜନ କରି ଆସୁଛି ବିଜେଡି। ଯାକଯମକ ଠାରୁ ଦୂରରେ ରହୁଛନ୍ତି ନବୀନ । ନିରାଡମ୍ବର ଭାବେ ପାଳନ୍ତି ଜନ୍ମଦିନ। ବିଜେଡି ପକ୍ଷରୁ ନବୀନଙ୍କ ଜନ୍ମଦିନ ସେବାର ସାଧନା ହେବ । ଏହି ଦିନ ଶଙ୍ଖ ଭବନରୁ ଆରମ୍ଭ କରି ସାରା ରାଜ୍ୟରେ ମେଗା ରକ୍ତଦାନ ଶିବିର ଆୟୋଜନ କରିବ ବିଜେଡି।

ନବୀନଙ୍କ ଜନ୍ମଦିନକୁ ସେବାର ଦିବସ ଭାବେ ପାଳିବ ବିଜୁ ଜନତା ଦଳ । ଏହି ଦିନ ସାରା ରାଜ୍ୟରେ ବିଜେଡି ମେଗା ରକ୍ତଦାନ ଶିବିର ଆୟୋଜନ କରିବ । ଏଥିସହ ନବୀନ ସରକାର ସମୟର ସଫଳତା ନେଇ ବିଭିନ୍ନ ସ୍ଥାନରେ ଆଲୋଚନାଚକ୍ର ବି କରିବ ବିଜେଡି । ହେଲେ ନିଜ ନିଜ ଜନ୍ମଦିନକୁ ନିରାଡମ୍ବର ଭାବେ ପାଳିବେ ନବୀନ।