ପୁଣି ନନ୍ଦ ମଉସାଙ୍କୁ ନେଇ ଚର୍ଚ୍ଚା

ପୁଣି ନନ୍ଦ ମଉସାଙ୍କୁ ନେଇ ଚର୍ଚ୍ଚା । କିଛି ମାସ ତଳେ ଅଜଗର ଗିଳିଦେଇଥିବା ଚର୍ଚ୍ଚା ହୋଇଥିବା ବେଳେ ଏବେ ଉଦ୍ଧାର ହୋଇଛି କଙ୍କାଳ । ଚନ୍ଦକା ଡମପଡା ଅଭୟାରଣ୍ୟ ଜାରିଆ ନିକଟରେ ଏକ ମଣିଷ ଖପୁରୀ ଓ କଙ୍କାଳ ଉଦ୍ଧାର କରାଯାଇଛି । ତେବେ ଉଦ୍ଧାର ହୋଇଥିବା ଏହି କଙ୍କାଳ ସାନ ମୁଣ୍ଡୁଳୀ ଗାଁର ନନ୍ଦ ମଉସାଙ୍କର ବୋଲି କୁହାଯାଉଛି । ପାଖରେ ପଡିଥିବା ସାର୍ଟ ନନ୍ଦ ମଉସାଙ୍କର ବୋଲି ଚିହ୍ନଟ କରିଛନ୍ତି ତାଙ୍କ ପରିବାର ଲୋକ ।ସେପଟେ ଉଦ୍ଧାର କଙ୍କାଳ ଓ ଖପୁରୀ ନନ୍ଦ ମଉସାଙ୍କର କି ନାହିଁ ସେ ନେଇ ଏଫଏମଟି ପରୀକ୍ଷା ପାଇଁ ପଠାଯାଇଥିବା କହିଛନ୍ତି ବାଙ୍କୀ ଆଇଆଇସି । ଗତ ୪ ମାସ ତଳେ ଘରୁ ବାହାରକୁ ଯାଇ ଆଉ ଫେରିନଥିଲେ ନନ୍ଦ ମଉସା । ତେବେ ନିଖୋଜ ନନ୍ଦ ମଉସାଙ୍କୁ ଅଗଜର ଗିଳିଦେଇଥିବା ନେଇ କୁହାଯାଉଥିବା ବେଳେ ଅଜଗର ପାଖରୁ ତାଙ୍କର ଚପଲ ମଧ୍ୟ ଉଦ୍ଧାର କରାଯାଇଥିଲା ।