ସେପ୍ଟେମ୍ବର ୧୮ରେ ମୌସୁମୀ ଅଧିବେଶନ । ୭ଟି କାର୍ଯ୍ୟଦିବସରେ ଆସିବ ବିଲ ଓ ଉଠିବ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ । ନାରୀ ନିର୍ଯାତନା, ଚାଷୀ ଓ ରାଜ୍ୟ ସ୍ବାର୍ଥ ପ୍ରସଙ୍ଗ ବିଜେଡିର ଅସ୍ତ୍ର । ଅନାସ୍ଥା ଆଣି ସରକାରଙ୍କୁ ଘେରିବ କଂଗ୍ରେସ ।
ସ୍ବଳ୍ପକାଳୀନ ଅଧିବେଶନରେ ସରକାରଙ୍କୁ ଘେରିବାକୁ ଫୁଲ ଦମରେ ତୟାର ମୁଖ୍ୟ ବିରୋଧୀ ବିଜେଡି । ନାରୀ ନିର୍ଯାତନା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଚାଷୀ ସମସ୍ୟା, ପୋଲାଭରମ, ମହାନଦୀ, କୋଟିଆ ଠାରୁ ଆରମ୍ଭ କରି ରାଜ୍ୟ ସ୍ବାର୍ଥ ସମ୍ବଳିତ ବହୁ ପ୍ରସଙ୍ଗକୁ ଗୃହରେ ଉଠାଇ ସରକାରଙ୍କୁ ଜବାବ ମାଗିବ ବିଜେଡି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ୧୪ ମାସରେ ବିଜେପି ସରକାର ବିଫଳତାକୁ ବିଧାନସଭାରେ ଉଠାଇ ବିଜେଡି ଜବାବ ମାଗିବ ।
କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଅଭିଯୋଗ ସରକାର ବିଳମ୍ବରେ ଡାକିଛନ୍ତି ମୌସୁମୀ ଅଧିବେଶନ । ସ୍ଵଳ୍ପ ସମୟର ଅଧିବେଶନ ବସିବ । ଗୃହରେ କଂଗ୍ରେସ ରାଜ୍ୟବାସୀଙ୍କ କଥା ଉଠାଇବ । ଦଳ ଅଭିଯୋଗ କରିଛି ସରକାରଙ୍କ ନିୟନ୍ତ୍ରଣ ବାହାରେ ପ୍ରଶାସନ । ନାରୀ ନିର୍ଯାତନା, ଛାତ୍ରୀ ପୋଡ଼ି, ଚାଷୀ ସମସ୍ୟା , ସୀମା ଓ ଜଳ ସମସ୍ୟାର ଜବାବ ମାଗିବୁ । ଏନେଇ ଆସନ୍ତା ୧୭ ତାରିଖରେ କଂଗ୍ରେସ ବିଧାୟକ ଦଳ ବୈଠକ ବସି ରଣନୀତି ପ୍ରସ୍ତୁତ କରାଯିବ ।