ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ୧୦୮ଟି ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ପ୍ରସ୍ତୁତ କରିଛି ଚାର୍ଜସିଟ । ୫-ଟି ସଚିବଙ୍କ ଜିଲ୍ଲା ଗସ୍ତ ପ୍ରସଙ୍ଗ ଚାର୍ଜସିଟରେ ରହିବ । ଚାର୍ଜସିଟକୁ ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ଯେ ସଚିବ କେଉଁ କ୍ଷମତାରେ ଜିଲ୍ଲା ଜିଲ୍ଲା ବୁଲୁଛନ୍ତି । ସରକାରଙ୍କ ବିଫଳତା, ଦୁର୍ନୀତିରେ ଲିପ୍ତ ରହିବା ପ୍ରସଙ୍ଗ ଚାର୍ଜସିଟରେ ରହିବ । କୋଇଲା ଦୁର୍ନୀତି ଠାରୁ ଆରମ୍ଭ କରି ଲୁହା ଦୁର୍ନୀତି, ପୁରୀ ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଭଳି ପ୍ରସଙ୍ଗ ସହ ୧୦୮ ଦଫା ଚାର୍ଜସିଟ୍ ତିଆରି କରିଛି ବିଜେପି । ତେବେ ଏହାକୁ ନେଇ ବିଜେଡି ଉତ୍ତର ରଖିଛି । ବିଜେପି ଲୋକଙ୍କ ସମର୍ଥନ ପାଉନାହିଁ । ଖାଲି ମିଛରେ ଏମିତି ଅଭିଯୋଗ ଆଣୁଛି । ଏହାର ପ୍ରଭାବ କିଛି ପଡିବ ନାହିଁ । ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶାର ଲୋକେ ବହୁତ ଭଲ ପାଆନ୍ତି । ଆଗାମୀ ନିର୍ବାଚନରେ ବିଜେଡି ପୁଣି ସରକାର ଗଠନ କରିବ । ବିଜେପି ସେମିତି ଦିବା ସ୍ବପ୍ନ ଦେଖୁଥିବ ବୋଲି କହିଛି ବିଜେଡି ।
Trending
- ବଢିଲା ବିଜେଡି ନେତାଙ୍କ ଅଡୁଆ, ପ୍ରୀତିରଞ୍ଜନ ଘଡେଇ ଙ୍କ ନାଁରେ ଏତଲା
- ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜରେ ଭୂକମ୍ପ ଝଟକା
- ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ବାତିଲ୍
- ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି , ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
- ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ବଦଳିବ
- ଶ୍ରାବଣ ମାସର ତୃତୀୟ ସୋମବାର
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
Prev Post
Next Post