୩ ଜଣଙ୍କ ନାଁ ସୁପାରିସ କରିଛୁ: ସାଲୁଜା

ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ ୬ଜଣ ପ୍ରାର୍ଥୀଙ୍କ ଭିତରୁ ୩ଜଣଙ୍କ ନାଁ ପ୍ରଦେଶ କଂଗ୍ରେସ କମିଟିକୁ ସୁପାରିସ କରାଯାଇଛି। ଏଆଇସିସି ପକ୍ଷରୁ ପ୍ରାର୍ଥୀ ଘୋଷଣା ହେବ ବୋଲି ସୂଚନା ଦେଇଛନ୍ତି ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି। ଶ୍ରୀ ସାଲୁଜା କହିଛନ୍ତି, ପ୍ରାର୍ଥୀ ଚୟନ ଲାଗି ପିସିସି ପକ୍ଷରୁ ଏକ ୫ଜଣିଆ କମିଟି ଗଠନ କରାଯାଇଥିଲା। ଏହି କମିଟି ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କ ନାମ ସୁପାରିସ କରିବା ଲାଗି ନିର୍ଦେଶ ହୋଇଥିଲା। ୬ଜଣ ପ୍ରାର୍ଥୀ ପ୍ରାର୍ଥିପତ୍ର ଦେଇଥିଲେ। ଗତକାଲି ୩ଜଣଙ୍କ ନାଁ ସୁପାରିସ କରାଯାଇଛି।