ବିଜେଡି ମୁହଁରେ ଆନ୍ଧ୍ର ଭାଷା

ଭୁବନେଶ୍ୱର: କୋଟିଆ ପ୍ରସଙ୍ଗକୁ ନେଇ ବିଜେଡି ବିଜେପି ନେତାଙ୍କ ମଧ୍ୟରେ କଥାକଟାକଟି ଚାଲିଛି । ଉତ୍କଳ ଦିବସ ବେଳେ ନେତାଙ୍କ କଥାକୁ ନେଇ ଏବେ ତେଜୁଛି ରାଜନୀତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୋଟିଆ ଗସ୍ତ ପରେ ବିଜେପିକୁ ଉଭୟ ବିଜେଡି ଓ କଂଗ୍ରେସ ଟାର୍ଗେଟ କରି ଆସୁଛନ୍ତି । ଯାହାର କାଉଣ୍ଟର ଜବାବ ରଖିଛି ବିଜେପି । ବିଜେପିର ଯୁବ ବିଧାୟକ ସୂର୍ୟ୍ୟବଂଶୀ ସୂରଜ କହିଛନ୍ତି, ବିଜେଡ଼ି କୋଟିଆକୁ ନେଇ ଆନ୍ଧ୍ରର ଭାଷା କହୁଚି । ବିଜେପି ନେତାଙ୍କ ବକ୍ତବ୍ୟକୁ ନେଇ ବିଜେଡି ସ୍ୱାଗତ କରିବା ପରିବର୍ତ୍ତେ ବିରୋଧ କରିବା ରାଜନୈତିକ ଅସହିଷ୍ଣୁତା । ୨୦୧୮ରେ କେନ୍ଦ୍ରମନ୍ତ୍ରୀ କୋଟିଆ ଗସ୍ତ କରି ଅରୁଣ ଜେଟଲୀଙ୍କୁ ଚିଠି ଲେଖିଥିଲେ । ଓଡିଶାର ମୁଖ୍ୟମନ୍ତ୍ରୀ ଏବଂ ଆନ୍ଧ୍ରର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ କେନ୍ଦ୍ରମନ୍ତ୍ରୀ । ବାରମ୍ବାର ଚିଠି ଲେଖି ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଉଦ୍ୟମ କରିଥିଲେ ମଧ୍ୟ ରାଜ୍ୟ ସରକାର ସର୍ବଦଳୀୟ ବୈଠକ ଡାକି ନାହାନ୍ତି । କେବଳ କୋଟିଆ ଗ୍ରାମପୁଞ୍ଜ ନୁହେଁ, ଗଞ୍ଜାମ, ଝାରସୁଗୁଡା ଓ ମୟୁରଭଞ୍ଜ ଭଳି ଅନେକ ଜିଲ୍ଲାରେ ପଡୋଶୀ ରାଜ୍ୟ ପ୍ରବେଶ କରୁଛି । ତେଣୁ ବିଜେଡି ର ଏପରି ନିରବତା ଆନ୍ଧ୍ରକୁ ସୁହାଉଛି