ଆଜିଠୁ ମାଟ୍ରିକ୍ ପରୀକ୍ଷା

ଦଶମ ଶ୍ରେଣୀ ହାଇସ୍କୁଲ ପରୀକ୍ଷା, ମଧ୍ୟମା (ସଂସ୍କୃତ ଟୋଲ୍) ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ର ଦ୍ବିତୀୟ ସମ୍ମେଟିଭ୍ ଆସେସ୍‌ମେଣ୍ଟ(ଏସ୍ଏ-୨) ପରୀକ୍ଷା ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ପରୀକ୍ଷା ମାର୍ଚ୍ଚ ୨୦ତାରିଖ ପର୍ଯ୍ୟନ୍ତ ଚାଲିବ। ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହୋଇ ସକାଳ ୧୦ଟାରେ ସରିବ। କେବଳ ଗଣିତ ପରୀକ୍ଷା ୧୦ଟା ୧୫ରେ ସରିବ।

ପରୀକ୍ଷାର୍ଥୀଙ୍କ ପାଇଁ ସକାଳ ୭ଟାରୁ ପରୀକ୍ଷା କେନ୍ଦ୍ର ଖୋଲା ରହିବ। ମାଟ୍ରିକ ରେ‌ଗୁଲାର, ଏକ୍ସରେଗୁଲାର, ପତ୍ରବିନିମୟ ପରୀକ୍ଷାର୍ଥୀଙ୍କ ପ୍ରଶ୍ନପତ୍ର ସମାନ ରହିବ। ସେହିପରି ମଧ୍ୟମାର ରେଗୁଲାର, ଏକ୍ସ ରେଗୁଲାର ଓ ଓପନ୍‌ ସ୍କୁଲର ପୁରୁଣା, ନୂଆ ବ୍ୟାଚ୍‌ ଛାତ୍ରଛାତ୍ରୀଙ୍କ ପ୍ରଶ୍ନପତ୍ର ମଧ୍ୟ ସମାନ ରହିବ। ଗଣିତ ବିଷୟରେ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ୧୫ ମିନିଟ୍ ସମୟ ମିଳିବ ଅର୍ଥାତ୍‌ ଗଣିତ ପରୀକ୍ଷା ଅବଧି ୨ଘଣ୍ଟା ୧୫ ମିନିଟ୍ ରହିବ।