ଧ୍ୟାନରେ ବସନ୍ତୁ ସ୍ମୃତି ଶକ୍ତି ବଢ଼ିବ: ଭିକେ ପାଣ୍ଡିଆନ୍
ଖୋର୍ଦ୍ଧା: ସବୁଦିନ ଧ୍ୟାନ କରିବା ପାଇଁ ୫ଟି ସଚିବ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । କ୍ରୀଡା, ଯୋଗ, ସାଇକ୍ଲିଂ କରି ଫିଟ ରହିବାକୁ ଖୋର୍ଦ୍ଧା ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ କହିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ୍ । ଶରୀର ସୁସ୍ଥ ରହିଲେ ଆତ୍ମବିଶ୍ଵାସ ବଢିବ। ଏବେ ପ୍ରତିଯୋଗିତାର ସମୟ, ତେଣୁ ପରିଶ୍ରମ କରିବାକୁ ପଡିଵ। ୧୫ମିନିଟ ଧ୍ୟାନରେ ବସିଲେ ସ୍ମୃତି ଶକ୍ତି ବଢିବ ବୋଲି ସେ କହିଛନ୍ତି । ନିଜେ ୫ଟି ସଚିବ ବି ୧୪ଘଣ୍ଟା କଠିନ ପରିଶ୍ରମ କରୁଛନ୍ତି। ଜୀବନରେ ବିଜୟ ପରାଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଏ ବୋଲି କହିଛନ୍ତି ସଚିବ । ଷ୍ଟୁଡେଣ୍ଟ ହେଲ୍ପଲାଇନ ଛାତ୍ରଛାତ୍ରୀଙ୍କ ପାଇଁ ଆସି । ପିଲାମାନେ ଭଲ ପାଠ ପଢିବେ, କଠିନ ପରିଶ୍ରମ କରିବେ, ସ୍ୱପ୍ନ ସାକାର ପାଇଁ ଦିନ ରାତି କାମ କରିବାକୁ ୫ଟି ସଚିବ କହିଛନ୍ତି ।