
କଟକ: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ । କଟକ ବୋର୍ଡ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ ପାଇଛି । ଆନୁଷ୍ଠାନିକ ଭାବେ ରେଜଲ୍ଟ ପ୍ରକାଶ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ଚଳିତ ବର୍ଷ ପାସ୍ ହାର ୯୦.୫୫% ରହିଛି । ପାସ ପିଲାଙ୍କ ସଂଖ୍ୟା ରହିଛି 5 ଲକ୍ଷ 17 ହଜାର 847 ଜଣ । ପରୀକ୍ଷା ଦେଇଥିଲେ 5 ଲକ୍ଷ 26 ହଜାର 818 ଜଣ । ଫେଲ ହୋଇଛନ୍ତି 8 ହଜାର 999 ଜଣ ।
ଚଳିତ ବର୍ଷ ଛାତ୍ରୀଙ୍କ ପାସ ହାର 92.37 ପ୍ରତିଶତ ହୋଇଥିବା ବେଳେ ଛାତ୍ରଙ୍କ ପାସ ହାର 88.77 ରହିଛି । ଚଳିତ ବର୍ଷ ଏ 1 ରେ 8119 ଛାତ୍ର ଛାତ୍ରୀ ପାସ କରିଛନ୍ତି । ଏ 2ରେ 54 ହଜାର 889 ଛାତ୍ରଛାତ୍ରୀ ପାସ କରିଛନ୍ତି । ବି 1ରେ 1ଲକ୍ଷ 20 ହଜାର 312ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ବି 2ରେ 1 ଲକ୍ଷ 42 ହଜାର 599 ଛାତ୍ରଛାତ୍ରୀ ପାସ କରିଛନ୍ତି ।
ଏଥର 3ଟି ସ୍କୁଲରେ କୈାଣସି ପିଲା ପାସ କରିପାରିନାହାଁନ୍ତି । ସେହି ସ୍କୁଲ ହେଉଛି ମାଲକାନଗିରିରେ 2ଟି ଏବଂ ଅନୁଗୁଳରେ ଗୋଟିଏ ସ୍କୁଲରେ କୈାଣସି ପିଲା ପାସ କରିନାହାଁନ୍ତି । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି 11 ରୁ 25 ତାରିଖ ଭିତରେ ରି ଚେକିଂ ଆବେଦନ ଅନଲାଇନ ମାଧ୍ୟମରେ ଛାତ୍ରଛାତ୍ରୀ କରିପାରିବେ । ଚଳିତ ବର୍ଷ ମୋଟ 5 ଲକ୍ଷ 26 ହଜାର 815 ପିଲା ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ 11 70 ସ୍କୁଲରେ ସମସ୍ତେ ଛାତ୍ରଛାତ୍ରୀ ମଧ୍ୟ ପାସ ହୋଇଛନ୍ତି ।
ବୋର୍ଡ଼ ମୁଖ୍ୟ କାର୍ଯ୍ୟାଳୟଠାରେ ମନ୍ତ୍ରୀଙ୍କ ସହ ଗଣଶିକ୍ଷା ବିଭାଗ ମୁଖ୍ୟ ଶାସନ ସଚିବ ଵିଷ୍ଣୁପଦ ସେଠି, ବୋର୍ଡ ସଭାପତି ରାମାସିସ ହାଜରା, ବୋର୍ଡ ସମ୍ପାଦକ ଶ୍ରୀକାନ୍ତ ତରାଇ, ବୋର୍ଡ ଉପସଭାପତି ନିହାର ରଂଜନ ମହାନ୍ତି ମାଟ୍ରିକ, ମଧ୍ୟମା ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଫଳ ପୁସ୍ତିକାକୁ ଲୋକାର୍ପଣ କରିଥିଲେ ।