ଅନିର୍ଦ୍ଦିଷ୍ଟ ଦିନ ଯାଏଁ ବନ୍ଦ ଭୁବନେଶ୍ବରର ମାର୍କେଟ ବିଲ୍ଡିଂ

ଭୁବନେଶ୍ବର: ଶୁଣିଲାନି ବିଏମସି । ଆଜିଠୁ ବନ୍ଦ ମାର୍କେଟ ବିଲ୍ଡିଂ । ଧାରଣାରେ ବସିବେ ୧୬୫ ବ୍ୟବସାୟୀ । ଭୁବନେଶ୍ୱରର ସବୁଠୁ ଜନଗହଳିପୂର୍ଣ୍ଣ ମାର୍କେଟ ବିଲ୍ଡିଂ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ । ମାର୍କେଟ ବିଲ୍ଡିଂ ପରିସରରେ ଥିବା ସ୍ଥାୟୀ ଓ ଅସ୍ଥାୟୀ ବିବାଦର ସମାଧାନ ହୋଇପାରିନାହିଁ । ସମସ୍ୟାର ସମାଧାନ ଲାଗି ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ ପକ୍ଷରୁ ବିଏମସିକୁ ତିନି ଦିନ ସମୟ ଦିଆଯାଇଥିଲା ।