ଅସନ୍ତୁଷ୍ଟ ନେତାଙ୍କ ଉପରେ ବର୍ଷିଲେ ମନ୍ମଥ, ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର

ଶ୍ରୀମୟୀ, ଅରୁଣ, ଅଶୋକଙ୍କୁ କଟାକ୍ଷ, ମନ୍ମଥ ରାଉତରାୟଙ୍କ ମନ୍ତବ୍ୟ ପରେ ବଢ଼ିଲା ଜୋରଦାର ଚର୍ଚା

ଓଡ଼ିଶାରେ ରାଜନୈତିକ ଦୃଶ୍ୟ ବଦଳିଛି । ଏବେ କ୍ଷମତାରେ ନାହିଁ ବିଜୁ ଜନତା ଦଳ (ବିଜେଡି) । ବିଜେଡି ଏବେ ବିରୋଧୀ ଆସନରେ  । ୨୦୨୪ ସାଧାରଣ ନିର୍ବାଚନରେ ଦଳର ପରାଜୟ ପରେ, ଏବେ ଦଳରେ ଆଭ୍ୟନ୍ତରୀଣ କନ୍ଦଳ ଗଣମାଧ୍ୟମରେ ବେଶ ପ୍ରଚାରିତ ହେଉଛି । ନେତାମାନେ  ବୟାନବାଜି କରୁଛନ୍ତି ।  କଂଗ୍ରେସର ବରିଷ୍ଠ ନେତା ସୁରେଶ କୁମାର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କ କଥା ବହୁ ଆଲୋଚନା ସୃଷ୍ଟି କରିଛି ।

ମନ୍ମଥ, ଗତ କିଛି ବର୍ଷ ହେଲା ରାଜନୀତି କରୁଛନ୍ତି । ସେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ  ଦେଇ ଭୁବନେଶ୍ୱର ଲୋକସଭା ଆସନର ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ । ସେ ଏବେ ଦଳ ପାଇଁ ବାହାରି ବିଜେଡିର ଅସନ୍ତୁଷ୍ଟ ବରିଷ୍ଠ ନେତାମାନଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି। ଏହା ରାଜନୀତି ମହଲରେ ବଡ଼ ଚର୍ଚ୍ଚାର ବିଷୟ ହୋଇଛି।

ମନ୍ମଥ ସମାଲୋଚନା କରିଛନ୍ତି ଶ୍ରୀମୟୀ ମିଶ୍ରଙ୍କୁ, ଅରୁଣ ସାହୁଙ୍କୁ, ଅଶୋକ ପଣ୍ଡାଙ୍କୁ ।  ସେମାନଙ୍କ ନାଁ ନନେଇ ମନ୍ମଥ କହିଛନ୍ତି, ” କିଛି ନେତା ଦଳ ବିରୋଧରେ ଏଣୁତେଣୁ ମନ୍ତବ୍ୟ ଦେଇ ଦେଉଛନ୍ତି।  ଗୁରୁଦିବସ ଦିନ ନେତା ଗୁରୁଙ୍କ ଉପରେ ନକହି ଦଳ ବିରୋଧରେ କହୁଛନ୍ତି । ଦଳରେ ଶୃଙ୍ଖଳାଗତ କମିଟି ଅଛି, ସେଠାରେ ମତ ରଖୁନାହାଁନ୍ତି। ଯଦି କେହି ଶୁଣୁନାହାନ୍ତି, ତେବେ ଉପରେ କୁହନ୍ତୁ। ସର୍ବୋପରି, ଜନସେବା ହିଁ ମୂଳ ଉଦ୍ଦେଶ୍ୟ। ଯଦି ଦଳର ବିଚାରାଧାରା ସହ ମେଳ ନ ଖାଏ, ତେବେ ଅନ୍ୟଠାରେ ରାଜନୀତି କରନ୍ତୁ।

କାହାକୁ ଆକ୍ଷେପ କରି ଅଭଦ୍ର ମତମନ୍ତବ୍ୟ ଦେବା ଠିକ୍ ନୁହେଁ, ଏହା ନିଜର କ୍ଷତି ଓ ସମାଜରେ ଅସମ୍ମାନ ଆଣେ। ଏହା ସେ ଅରୁଣ ସାହୁଙ୍କୁ କହିଛନ୍ତି । ଗୁରୁଦିବସ ଦିନ ଅରୁଣ ସାହୁ ଦଳର ନେତୃତ୍ବକୁ ନେଇ ଅନେକ ପ୍ରଶ୍ନ ଉଠାଇଥିଲେ । ଏହା ଅରୁଣ ସାହୁଙ୍କ ଉପରେ ସିଧାସଳଖ ଆକ୍ରମଣ ଭାବେ ଦେଖାଯାଉଛି, ଯିଏ ଦଳରେ ବରିଷ୍ଠ ନେତା ଅଛନ୍ତି ।  ମନ୍ମଥଙ୍କ ଏହି ମନ୍ତବ୍ୟ ଦଳରେ ଶୃଙ୍ଖଳା ଓ ଏକତାର ପ୍ରଶ୍ନ ଉଠାଇଛି।

Leave a comment