ମୁଖ୍ୟମନ୍ତ୍ରୀ ବୀରେନ ସିଂଙ୍କ ଇସ୍ତଫାକୁ ନେଇ ଚର୍ଚା
ଇମ୍ଫାଲ୍: ମଣିପୁରରେ ଶାନ୍ତି ଫେରୁନି। ଶାନ୍ତି କମିଟିର ଆଲୋଚନା ବିଫଳ ହୋଇଛି । ଆଜି ଇସ୍ତଫା ଦେଇପାରନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ! ଦିନ ୩ଟାରେ ରାଜ୍ୟପାଳଙ୍କୁ ଭେଟିବାକୁ ସମୟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂ। ରାଜ୍ୟପାଳ ଅନସୂୟା ଉସକେଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଇସ୍ତଫା ପତ୍ର ଦେବେ ବୋଲି ଚର୍ଚ୍ଚା ହେଉଛି। ଗତ ୫୯ ଦିନ ଧରି ମଣିପୁର ଜଳୁଥିବା ବେଳେ ଶତାଧିକ ଲୋକଙ୍କ ଜୀବନ ହାନି ହୋଇଛି। ହଜାର ହଜାର ଲୋକ ବାସହରା ହୋଇଛନ୍ତି। ସେପଟେ ବିରୋଧୀମାନେ ବୀରେନ ସିଂ ଙ୍କ ଇସ୍ତଫା ଦାବି କରୁଛନ୍ତି । ଆଜି ତିନିଟା ବେଳେ ଇସ୍ତଫା ଦେବା ନେଇ ଚର୍ଚା ହେଉଛି ।