ରାଜ୍ୟସଭା ସାଂସଦଙ୍କ ଗାଡ଼ି ଧକ୍କାରେ ଚାଲିଗଲା ସ୍କୁଟି ଚାଳକଙ୍କ ଜୀବନ
ପାଟଣାଗଡ଼: ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ଗାଡିଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା। ସେ ପାଟଣାଗଡ଼-ଗାଇସିଲାଟ ମୁଖ୍ୟ ରାସ୍ତାରେ ଯାଉଥିବା ସମୟରେ ତମିଆଁ ଛକ ଓ ସୁନାମୁଦି ଛକ ନିକଟରେ ତାଙ୍କ ଗାଡ଼ି ଭାରସାମ୍ୟ ହରାଇ ଏକ ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ସ୍କୁଟି ଚାଳକ ଜଣକ ଛିଟିକି ହୋଇ ପଡିଥିଲେ। ଯାହାଦ୍ବାରା ଘଟଣାସ୍ଥଳରେ ହିଁ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ତେବେ ସାଂସଦ ଗାଡ଼ିରେ ନଥିବା କହିଛନ୍ତି । ସାଂସଦଙ୍କ ଗାଡ଼ି ସ୍କୁଟିକୁ ଧକ୍କା ଦେବା ପରେ ଦ୍ରୁତ ଗତିରେ ଲରମ୍ଭା ଥାନାକୁ ଯାଇ ଗାଡି ସହ ଗାଡି ଚାଳକ ଆତ୍ମସମର୍ପଣ କରିଥିଲା । ପୁଲିସ ଘଟଣାର ତଦନ୍ତ କରୁଛି । ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରିଛନ୍ତି । ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି ।
