ଭୁବନେଶ୍ବର: ଓଡ଼ିଆ ଜାଭେଲିନ୍ ଖେଳାଳି କିଶୋର କୁମାର ଜେନା ଶ୍ରୀଲଙ୍କାରେ ଚାଲିଥିବା ଜାତୀୟ ଦୌଡ଼କୁଦ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିବା ସହ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଦେଇଛନ୍ତି। ଶୁକ୍ରବାର କଲମ୍ବୋରେ ଶେଷ ହୋଇଥିବା ପୁରୁଷ ଜାଭେଲିନ୍ରେ କିଶୋର ୮୪.୩୮ ମିଟର ଫିଙ୍ଗିବା ସହ ଏହି ସଫଳତା ପାଇଥିଲେ। ତାଙ୍କ ପଛକୁ ଅନ୍ୟତମ ଭାରତୀୟ ଶିବପାଲ୍ସିଂହ ୭୭.୩୬ ମିଟର ସହ ରୌପ୍ୟ ପଦକ ଜିତିଛନ୍ତି। କିଶୋରଙ୍କ ଏହି ପ୍ରଦର୍ଶନ ତାଙ୍କୁ ବିଶ୍ବ ତାଲିକାର ଦଶମ ସ୍ଥାନରେ ପହଞ୍ଚାଇଛି। ଏପରିକି ଏସିଆରେ ଅଲମ୍ପିକ୍ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା (୮୮.୬୭ ମିଟର) ଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ଅଛନ୍ତି। କିଶୋରଙ୍କ ଶ୍ରୀଲଙ୍କା ଚମକ ପରେ ତାଙ୍କୁ ଅଲିମ୍ପିକ୍ ବିଜେତା ନୀରଜ ଚୋପ୍ରା ଅଭିନନ୍ଦନ ଜଣାଇଛନ୍ତି। ଟ୍ବିଟର୍ ହ୍ୟାଣ୍ଡ୍ରେ ନିରଜ ଲେଖିଛନ୍ତି ‘ଗୁଡ୍ ଥ୍ରୋ କିଶୋର, କିପ୍ ଗୋଇଙ୍ଗ୍’।
Trending
- ରାଜ୍ୟର ଦଶହରା ଦୁର୍ଗାମେଢ଼ଙ୍କୁ ୭ କୋଟି ୧ ଲକ୍ଷ ୪୦ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କଲେ ରାଜ୍ୟ ସରକାର
- ନକ୍ସଲବାଦୀମାନେ ଏବେ ସେମାନଙ୍କର ଅସ୍ତ୍ରଶସ୍ତ୍ର ଆତ୍ମସମର୍ପଣ କରିବାକୁ ପଡିବ – ଅମିତ ଶାହ
- ଚୌଦ୍ବାର ଜେଲ୍ରୁ ଦୁଇ ହାର୍ଡକୋର କଏଦୀ ଫେରାର
- ପେଶାୱରରେ ବୋମା ବିସ୍ପୋରଣ, ୯ ମୃତ
- ଟିକସ ହସ୍ତାନ୍ତର ବାବଦରେ ଓଡିଶାକୁ ଆଗୁଆ ୪୬୦୧ କୋଟି
- ସ୍ୱଦେଶୀ ପ୍ଲାଟଫର୍ମ ଏବଂ ସେବା ବ୍ୟବହାର ଦିଗରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ
- ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ , ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
- ସରକାରଙ୍କ ବିଫଳତା ନେଇ ଜନସଚେତନତା ସୃଷ୍ଟି କରିବ ବିଜେଡି
- ରାଜଧାନୀ ଭୁବନେଶ୍ବରରେ ୭ଟି ସ୍ଥାନରେ ହେବ ରାବଣ ପୋଡି
- ରାଜ୍ୟରେ ସରକାରୀ ଚାକିରି ବିକ୍ରୀ ହେବାରେ ଲାଗିଛି
Prev Post