୨୮ରୁ ବଲାଙ୍ଗୀରରେ ଖରିଫ ଧାନ କିଣା

ବଲାଙ୍ଗୀର : ବଲାଙ୍ଗୀରରେ ଆସନ୍ତା ୨୮ରୁ   ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁସାରେ କିଣାଯିବ ଚାଷିଙ୍କ ଧାନ । ଧାନ କିଣାରେ ସ୍ଵଚ୍ଛତା ରକ୍ଷା ପାଇଁ ଗଠନ ହେବ କମିଟି  ।  ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଧାନ କ୍ରୟ ସମ୍ମିଳନୀ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି  ।  ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ବୈଠକରେ ପରିବହନ ଓ ଜଳସମ୍ପଦ ମନ୍ତ୍ରୀ ଟୁକୁନୀ ସାହୁ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁଙ୍କ ସମେତ ମିଲର୍ସ ଓ ଚାଷୀ ନେତା ଉପସ୍ଥିତ ଥିଲେ । ଧାନ କିଣା ଯେମିତି ସୁରୁଖୁରୁରେ ପରିଚାଳିତ ହେବ ସେନେଇ ବିଚାର ବିମର୍ଶ କରାଯାଇଥିଲା  ।