ଦୁଲୁକୁଛି ଖଣ୍ଡଗିରି ଯାତ୍ରା ପେଣ୍ଡାଲ

ଦୁଲୁକୁଛି ଖଣ୍ଡଗିରି ଯାତ୍ରା ପେଣ୍ଡାଲ । ମନଛୁଆଁ ସଙ୍ଗୀତ, ଆକର୍ଷଣୀୟ ନୃ୍ତ୍ୟ ଓ ଚମକ୍ରାର ଅଭିନୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରୁଛି । ବିଶେଷକରି ଦେଶାତ୍ମବୋଧକ ସଂଗୀତ ଓ ନୃତ୍ୟୁର ଦବଦବା ରହିଛି । ଏଥର ଯାତ୍ରା ରେକର୍ଡ ଡ୍ୟାନ୍ସରେ ପୂର୍ବପରି ଅଶ୍ଳୀଳତା ଦେଖିବାକୁ ମିଳୁନି, ଯାହା ଦଶର୍କଙ୍କୁ ଆଶ୍ୱସ୍ତ କରିଛି । ସେହିପରି ଦୈତାରୀ ପଣ୍ଡାଙ୍କ ପରି ବିଖ୍ୟାତ କଳାକାରଙ୍କ ଅଭିନୟର ଯାଦୁ ଦର୍ଶକଙ୍କୁ ବାନ୍ଧି ରଖୁଛି । ଯାତ୍ରା ଦେଖିବାକୁ ଦର୍ଶକଙ୍କ ବେଶ୍ ଭିଡ଼ ମଧ୍ୟ ଜମୁଛି ।
ଏବେ ଯାତ୍ରା ମହାସମରରେ ଅଛନ୍ତି ୬ ଲୋକପ୍ରିୟ ପାର୍ଟି । କୋଣାର୍କ, କଳିଙ୍ଗ, ତୁଳସୀ, ରଙ୍ଗମହଲ, ସ୍ବର୍ଣ୍ଣମହଲ ଓ ସ୍ବର୍ଣ୍ଣମନ୍ଦିର ଖଣ୍ଡଗିରି ଅପେରା ମହାକୁମ୍ଭରେ ଦମ୍‌ ଦେଖାଇବାକୁ ଲାଗି ପଡ଼ିଛନ୍ତି । ଶେଷ ପର୍ଯ୍ୟାୟ ଲଢ଼େଇ ହୋଇଥିବାରୁ ଦର୍ଶକମାନଙ୍କ ଭି‌ତରେ ଅଧିକ ଆଗ୍ରହ ସୃଷ୍ଟି ହୋଇଥିବା ବେଳେ ବର୍ଷକ ପାଇଁ ନାଁ କମେଇବାକୁ ଏହି ଦଳମାନେ ଜୋର୍‌ଦାର ଉଦ୍ୟମ କରୁଛନ୍ତି । ତେଣୁ ସ୍ବାଭାବିକ ଭାବେ ସବୁ ନାଟକ ବେଶ୍ ମନଛୁ୍ଆଁ ହେଉଥିବା ଚର୍ଚ୍ଚା ହେଉଛି । ସବୁ ଦଳର ନାଟକ ଏକକୁ ଆରେକ ବଳି ବୋଲି ଯାତ୍ରାପ୍ରେମୀମାନେ ଆଲୋଚନା କରୁଛନ୍ତି ।