ଝାରସୁଗୁଡ଼ାରେ କିଏ ମାରିବ ବାଜି?

ଝାରସୁଗୁଡା: ପାଖେଇ ଆସୁଛି ନିର୍ବାଚନ । ବିଜେଡି କହୁଛି ଜିତିବ । ବିଜେପି କହୁଛି ଜିତିବ । ତେବେ ଭୋଟର କାହାକୁ ନେତା ବାଛୁଛନ୍ତି ତାହା ଭୋଟ ଫଳାଫଳ ପରେ ଜଣାପଡିବ । ଏବେ ବିଜେଡି, ବିଜେପି, କଂଗ୍ରେସ ନେତାମାନେ ଜୋରସୋରରେ ପ୍ରଚାରରେ ଲାଗିଛନ୍ତି । ଘରକୁ ଘର ବୁଲି ନିଜ ପାଇଁ ଭୋଟ ମାଗୁଛନ୍ତି । ଉପ-ନିର୍ବାଚନ ପାଇଁ କମ୍ପୁଛି ନିର୍ବାଚନ ମଣ୍ଡଳୀ। ମେ’୧୦ରେ ପଡ଼ିବ ଭୋଟ। ଝାରସୁଗୁଡ଼ାବାସୀ ବାଛିବେ ତାଙ୍କ ମନପସନ୍ଦର ନେତା। ଝାରସୁଗୁଡ଼ା ଉପନିର୍ବାଚନ ଜିତିବାକୁ ରାଜ୍ୟର ତିନି ଛାମୁଆ ଦଳ ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି । ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ଥିବାବେଳେ ବିଜେଡିରେ ମିଶିଛନ୍ତି ଝାରସୁଗୁଡ଼ା ବିଜେପି ସଭାପତି ମଙ୍ଗଲ ସାହୁ। ଯାହା ଭାରତୀୟ ଜନତା ପାର୍ଟିର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ତେବେ ଆଗାମୀ ଉପ-ନିର୍ବାଚନରେ କେଉଁ ଦଳ ବାଜିମାତ କରିବ ତାହା ଦେଖିବାକୁ ବାକି ରହିଲା।