କ୍ରିକେଟ ଖେଳରୁ ଗଲା ଯବାନଙ୍କ ଜୀବନ
ଛତ୍ରପୁର : ଗଞ୍ଜାମ ଜିଲ୍ଲା ଚମାଖଣ୍ଡିରେ ସଂଘବଦ୍ଧ ଆକ୍ରମଣରେ ଗୁରୁତର ସେନା କର୍ମଚାରୀଙ୍କ ମୃତ୍ୟୁ । କାଳିପଲ୍ଲୀ ଗାଁର ଜେ.ଡିଲେଶ୍ୱର ପାତ୍ର ଆର୍ମିରେ ଚାକିରି କରିଥିବା ବେଳେ ଗତ କିଛି ଦିନ ତଳେ ସେ ଗାଁକୁ ଛୁଟିରେ ଆସିଥିଲେ । ଗତ ୩ ତାରିଖ ଦିନ ଗୋପାଳପୁରରୁ ଖେଳ ଦେଖି ସେ ଘରକୁ ଫେରୁଥିବା ବେଳେ ହରିପୁର ଛକ ଠାରେ ତାଙ୍କୁ କିଛି ଦୁର୍ବୁତ୍ତ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ତାଙ୍କର ମୁଣ୍ଡ ଓ କାନରେ ଗଭୀର ଆଘାତ ଲାଗିଥିଲା । ପ୍ରଥମେ ବ୍ରହ୍ମପୁରରେ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।