ଯାତ୍ରା ମଞ୍ଚରେ ଦ୍ୱିଅର୍ଥବୋଧକ ସଂଳାପ କହିପାରିବେନି କଳାକାର

ଯାତ୍ରା ମଞ୍ଚରେ ଆଉ ପରିବେଷଣ ହେବ ନାହିଁ ଅଶ୍ଳୀଳ ନୃତ୍ୟ । ଦ୍ୱିଅର୍ଥବୋଧକ ସଂଳାପ କହିପାରିବେନି କଳାକାର । ମେଲୋଡି କିମ୍ବା ନାଟକ ପରିବେଷଣ ସମୟରେ କଳାକାର ଓଡ଼ିଶାର ଗୌରବମୟ ସଂସ୍କୃତିକୁ ସମ୍ମାନ ଜଣାଇବେ ।ଯାତ୍ରାରେ ବଢୁଥିବା ଅଶ୍ଳୀଳତାକୁ ଦୃଷ୍ଟିରେ ରଖି ଏପରି କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଚିଠି ଲେଖାଯାଇଛି । ଏହି ନିୟମ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ସଂସ୍କୃତି ବିଭାଗ ପକ୍ଷରୁ କୁହାଯାଇଛି ଯେ ,ଯାତ୍ରା ଓ ମେଲୋଡି ଓଡ଼ିଶାରେ ମନୋରଞ୍ଜନର ଏକ ଲୋକପ୍ରିୟ ମାଧ୍ୟମ I ଏବେ ଅଶ୍ଳୀଳ ନୃତ୍ୟ, ଦ୍ୱିଅର୍ଥବୋଧକ ସଂଳାପ ଓ ଅଭିନୟ ପ୍ରଦର୍ଶନ କରାଯାଉଛି I ଏହା ଦ୍ୱାରା ପରିବାର ସହ ନାଟକ ଦେଖିବା ସମ୍ଭବ ହେଉନାହିଁ  I ଏହା ପ୍ରଭାବରେ ଯୁବକ, ଯୁବତୀ ବିପଥଗାମୀ ହେଉଛନ୍ତି I ବିଭିନ୍ନ ପ୍ରକାର ଅପରାଧରେ ମଧ୍ୟ ସ୍ପୃକ୍ତ ହେଉଛନ୍ତି I ଓଡ଼ିଶାର ଗୌରବମୟ ଓ ସମ୍ଭ୍ରାନ୍ତ ସଂସ୍କୃତିକୁ କଦର୍ଯ୍ୟ ରୂପରେ ପରିପ୍ରକାଶ କରୁଛି I ଜିଲ୍ଲାରେ ଯାତ୍ରା ଓ ମେଲୋଡି ପରିବେଷଣ ଅନୁମତି ବେଳେ ସର୍ତ୍ତ ସଂପର୍କରେ ଲେଖାଯିବ Iବ୍ୟତିକ୍ରମ ହେଲେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ I