ଭୁବନେଶ୍ବର: ଶ୍ରୀଲଙ୍କା ଜାତୀୟ ଦୌଡ଼କୁଦ ପ୍ରତିଯୋଗିତା (କଲମ୍ବୋ ମିଟ୍) ରିଲେରେ ଭାରତୀୟ ଖେଳାଳି ଦବ୍ଦବା ଦେଖାଇ ୩ ସ୍ବର୍ଣ୍ଣ ଓ ୧ ରୌପ୍ୟ ସହ ୪ ପଦକ କରାୟତ୍ତ କରିଛନ୍ତି। ଅନ୍ୟପକ୍ଷରେ ଦୁଇ ଦିନ ତଳେ ଏଠାରେ ଜାଭ୍ଲିନ୍ରେ ସ୍ବର୍ଣ୍ଣ ପଦକ ଜିତିଥିବା ଓଡ଼ିଆ ପୁଅ କିଶୋର ଜେନାଙ୍କୁ ଶ୍ରେଷ୍ଠ ପୁରୁଷ ଫିଙ୍ଗାଳି ପୁରସ୍କାର ମିଳିଛି।ରବିବାର ମିଶ୍ରିତ ୪ଗୁଣା ୪୦୦ ମିଟର ରିଲେରେ ଭାରତର ଦୁଇଟି ଦଳ ଭାଗ ନେଇଥିଲା ବେଳେ ସ୍ବର୍ଣ୍ଣ ଓ ରୌପ୍ୟ ମିଳିଥିଲା। ଆମୋଜ ଜାକବ, ଐଶ୍ବର୍ଯ୍ୟା ମିଶ୍ରା, ମହମ୍ମଦ ଆନସ ଓ ହିମାଂଶୀ ମଲ୍ଲିକଙ୍କୁ ନେଇ ଗଠିତ ଦଳ (୩:୧୭.୩୩ ସେକେଣ୍ଡ) ଏବଂ ନିହାଲ ଜୋଏଲ, ଶୁଭା ଭି, ମିଚୋ ଚାକୋ ଓ ଭିଥ୍ୟାଙ୍କୁ ନେଇ ଗଠିତ ଦଳ (୩:୧୮.୦୩ ସେକେଣ୍ଡ) ଯଥାକ୍ରମେ ୧-୨ରେ ରେସ୍ ଫିନିସ୍ କରିଥିଲେ। ୪ଗୁଣା ୪୦୦ ମିଟର ରିଲେ ପରୁଷ ଦଳ (୩:୦୨.୦୩ ସେକେଣ୍ଡ) ଏବଂ ମହିଳା ଦଳ (୩:୩୦.୪୧ ମିନିଟ୍) ସ୍ବର୍ଣ୍ଣ ଜିତିଥିଲେ।
Trending
- ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ବାତିଲ୍
- ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି , ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
- ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ବଦଳିବ
- ଶ୍ରାବଣ ମାସର ତୃତୀୟ ସୋମବାର
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
Prev Post
Next Post