ଡିଏନ୍‌ ଗ୍ରୁପ୍ ମୁଖ୍ୟ ଜଗଦୀଶ ନାୟକଙ୍କୁ ଆୟକର ଟିମ୍‌ର ପଚରାଉଚରା

ଭୁବନେଶ୍ବର: ଡିଏନ୍‌ ଗ୍ରୁପ୍ ମୁଖ୍ୟ ଜଗଦୀଶ ନାୟକଙ୍କୁ ଆୟକର ଟିମ୍‌ର ପଚରାଉଚରା କରୁଛି । ଗତ ଚାରି ଦିନ ଧରି ଚାଲିଛି ଡିଏନ ଗ୍ରୁପ ଉପରେ ଆୟକର ବିଭାଗର ଚଢ଼ାଉ ।  ଆଇଆର୍‌ସି ଭିଲେଜ ମୁଖ୍ୟ କାର୍ଯ୍ୟାଳୟରେ ଚାଲିଛି ପଚରାଉଚରା । ଚତୁର୍ଥ ଦିନରେ ଆୟକର ଟିମ୍‌ର ରେଡ୍‌ ବେଳେ ପଚରାଉଚରା କରାଯାଉଛି ।  ଚଢାଉ ବେଳେ ଜବତ ହୋଇଥିବା କାଗଜପତ୍ରକୁ ନେଇ ଛାନଭିନ୍ କରାଯାଉଛି । ମିଳିଥିବା କାଗଜ ପତ୍ର ସମ୍ପର୍କରେ ବିଭାଗ କରୁଛି ପଚରାଉଚରା । ଟିକସ ଫାଙ୍କିବା ଅଭିଯୋଗରେ ଆକାଉଣ୍ଟାଣ୍ଟକୁ ଚାଲିଛି ପଚରାଉଚରା । ଚଢ଼ାଉ ବେଳେ କର୍ମଚାରୀଙ୍କ ଘରୁ ଟଙ୍କା ଭର୍ତି ଦୁଇଟି ଟ୍ରଲି ବ୍ୟାଗ୍ ଆୟକର ବିଭାଗର ଅଧିକାରୀଙ୍କ ଦ୍ୱାରା ଜବତ ହୋଇଥିଲା । ସେହିପରି ତ୍ରିଶୁଳିଆ ଡିଏନ୍ ଗ୍ରୁପର ଟୁଇନସିଟି ପ୍ରୋଜେକ୍ଟର ଏକ ଫ୍ଲାଟରୁ ମଧ୍ୟ ବିପୁଳ ଟଙ୍କା ମିଳିଥିଲା । ବୁଧବାର ଓ ଗୁରୁବାର ଜବତ କରାଯାଇଥିବା କୋଟି କୋଟି ଟଙ୍କାକୁ ୟୁନିଟ-୧ ସ୍ଥିତ ଏସବିଆଇ ଶାଖାକୁ ନିଆଯାଇ ଆୟକର ଅଧିକାରୀ ଓ ଡିଏନ ଗ୍ରୁପ୍ ଅଧିକାରୀଙ୍କ ଉପସ୍ଥିତିରେ ଗଣତି କରାଯାଇଛି । ଚଢ଼ାଉର ତୃତୀୟ ଦିନରେ ମଧ୍ୟ ଏକାଧିକ ଲୋକଙ୍କୁ ଜେରା କରାଯାଇଥିଲା । ସେପଟେ ଏହି ଚଢ଼ାଉକୁ ନେଇ ରାଜନୀତି ସରଗରମ ହୋଇଛି । ବିରୋଧୀମାନେ ବିଜେଡି ସରକାରଙ୍କୁ ଟାର୍ଗେଟ କରୁଛନ୍ତି ।

YouTube player