ଶିଶୁ ଦିବସରେ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଲେ

 

ଆଜିର ଶିଶୁ ହେଉଛନ୍ତି ଆସନ୍ତା କାଲିର ନାଗରିକ। ଦେଶର ଭବିଷତ ହେଉଛନ୍ତି ଆଜିର ଛୋଟ ଶିଶୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିଶୁ ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଏହା କହିଛନ୍ତି । ସେ କହିଛନ୍ତି, ଆଜିର ଶିଶୁ କାଲିର ଭବିଷ୍ୟତ ।

ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ କହିଛନ୍ତି  ସମାଜର ବିକାଶ ପାଇଁ ଶିଶୁମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟର ବିକାଶ ଅପରିହାର୍ଯ୍ୟ। ଶିଶୁମାନଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବା ଏବଂ ଅସୁମାରୀ ସୁଯୋଗ ସୃଷ୍ଟି କରିବା ଦିଗରେ ସମସ୍ତେ ଏକ ହୋଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

ଆମ ଦେଶରେ ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ଶିଶୁ ଦିବସ ଭାବରେ ପାଳନ କରାଯାଏ। କାରଣ ଶିଶୁମାନଙ୍କୁ ଭଲ ପାଉଥିବା ଚାଚା ନେହେରୁଙ୍କ ଏହା ହେଉଛି ଜନ୍ମଦିନ । ବିଭିନ୍ନ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନରେ ଆଜି ଶିଶୁଦିବସ ପାଳନ ହେଉଛି । ବିଭିନ୍ନ ପ୍ରତିଯୋଗିତା ହେଉଛି ।  ଆମ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହେଉଛନ୍ତି ଚାଚା ନେହେରୁଙ୍କ ସ୍ମରଣ ପାଇଁ  ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜନ୍ମଦିନରେ ପାଳନ ହେଉଛି ଶିଶୁ ଦିବସ । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଆଜି ଜୟନ୍ତୀ। ସେ ଶିଶୁମାନଙ୍କୁ ଖୁବ୍ ଭଲ ପାଉଥିବାରୁ ତାଙ୍କ ଜନ୍ମଦିନକୁ ଦେଶବ୍ୟାପୀ ଶିଶୁ ଦିବସ ଭାବେ ପାଳନ କରାଯାଉଛି । ନେହେରୁଙ୍କ ଜନ୍ମ ୧୮୮୯ ମସିହା ନଭେମ୍ବର ୧୪ ତାରିଖରେ ଉତ୍ତରପ୍ରଦେଶର ପ୍ରୟାଗରାଜ ରେ ହୋଇଥିଲା ।

ନେହେରୁ ଛୋଟ ପିଲାଙ୍କୁ ସ୍ନେହ ଆଦର କରୁଥିଲେ । ତାଙ୍କର ପିଲାମାନଙ୍କ ପ୍ରତି ସ୍ନେହ ଓ ଶ୍ରଦ୍ଧା ଥିଲା, ଯେଉଁଥିପାଇଁ ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ଶିଶୁ ଦିବସ ରୂପେ ପାଳନ କରାଯାଉଛି ।

ଆଜି ସକାଳୁ ଦେଶର କୋଣଅନୁକୋଣରେ ପଲ୍ଲୀଠୁ ଦିଲ୍ଲୀ ସବୁଠି ଶିଶୁଦିବସକୁ ଆନନ୍ଦର ସହ ପାଳନ କରାଯାଉଛି । ଶିଶୁଙ୍କ ଅଧିକାର, ଦାୟିତ୍ୱ ଓ ଶିକ୍ଷା ବିଷୟରେ ସଚେତନ କରିବା ଉଦ୍ଦେଶ୍ୟରେ ସାର ଦେଶ ପାଳୁଛି ଏହି ଏହି ମହାନ ଦିବସ ।