ଦୀପାବଳିରେ ଏଥର ଫୁଟିବ ସବୁଜ ବାଣ

ଭୁବନେଶ୍ବର: ଆଉ ଗୋଟେ ଦିନ ପରେ ଦୀପାବଳି  । ବାୟୁପ୍ରଦୂଷଣ ପାଇଁ ଏଥର ଫୁଟିବନି ପ୍ରଦୂଷଣଯୁକ୍ତ ବାଣ । 125 ଡେସିବେଲରୁ ଅଧିକ ଶବ୍ଦଯୁକ୍ତ ବାଣ ପ୍ରଦୂଷଣ କରିଥାଏ । ଏଥିପାଇଁ ତାଠୁ କମ ଶବ୍ଦଯୁକ୍ତ ବାଣ ଏଥର ଲୋକମାନେ ବ୍ୟବହାର କରିବାକୁ କୁହାଯାଇଛି ।  ସୁପ୍ରିମକୋର୍ଟଙ୍କ ବାଣ ବ୍ୟାନ ପାଇଁ ସାରା ଦେଶରେ ଏଥର ସବୁଜ ବାଣ ଉପରେ  ଗୁରୁତ୍ବ ଦିଆଯାଉଛି । ଦୀପାବଳି ପୂର୍ବରୁ ଦେଶର ଅନେକ ସହରରେ ବାୟୁ ପ୍ରଦୂଷଣ ମାତ୍ରା ଅଧିକ ରହିଛି ।  ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣକୁ ନେଇ ଚାଲିଥିବା ଶୁଣାଣି ସମୟରେ ସୁପ୍ରିମକୋର୍ଟ ସାରା ଦେଶରେ ବାଣ ଫୁଟାକୁ ବ୍ୟାନ୍ କରାଯିବା ଉପରେ ମତ ରଖିଥିଲେ ।  ଦେଶର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଦୀପାବଳି ସମୟରେ ବାଣ ନ ଫୁଟାଇବା ପାଇଁ ନିର୍ଦ୍ଦେଶ ରହିଥିବାରୁ ଏଥର ସବୁଜ ବାଣ ଉପରେ ସମସ୍ତେ ଗୁରୁତ୍ବ ଦେଉଛନ୍ତି ।  ଜଷ୍ଟିସ୍ ଏସ୍ ବୋପାନ୍ନା ଏବଂ ଏମ୍ ଏମ୍ ସୁନ୍ଦରେଶଙ୍କ ଏକ ବେଞ୍ଚ ବାଣ ନ ଫୁଟାଇବା ନେଇ ପୂର୍ବ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ କହିବା ପରେ ଏବେ ଗାଁରୁ ସହର ବାଣ ଉପରେ ଆଲୋଚନା ହେଉଛି । ବାୟୁ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଗତ କିଛି ଦିନ ହେବ ଦିଲ୍ଲୀ-ଏନସିଆର ସମେତ ଦେଶର ଅନେକ ସହରରେ କ୍ରମାଗତ ଭାବରେ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି ।

। ସେପଟେ ଟୁଇନ ସିଟିରେ  ରାତି ୧୦ଟା ପରେ ଫୁଟିବନି ବାଣ । ଏନେଇ ନିର୍ଦେଶ ଦେଇଛି ପୋଲିସ କମିଶନର ।  ଟ୍ୱିନ ସିଟିରେ ଦୀପାବଳି ଦିନ ରାତି ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବା ପାଇଁ ଅନୁମତି ମିଳିଛି । ଟ୍ୱିନ୍ ସିଟିରେ ବାଣ ଫୁଟା ନେଇ ପୋଲିସ କମିଶନର କହିଛନ୍ତି ୧୨୫ ଡେସିବେଲ୍‌ରୁ ଅଧିକ ଶବ୍ଦଯୁକ୍ତ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ ହେବ ।   ଦୀପାବଳିରେ ଦୀପ ଜାଳି, ସବୁଜ ବାଣ ଫୁଟାଇବାକୁ  କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ରାତି ୧୦ଟା ପରେ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଭୁବନେଶ୍ବର ଏବଂ କଟକ ସହରର ବିଭିନ୍ନ ବାଣ ଦୋକାନରେ ଅଗ୍ନି ନିରାପତ୍ତା ଯାଞ୍ଚ ମଧ୍ୟ ହୋଇଛି ।  ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ହିସାବରେ ଏଥର ଦୀପାବଳି  ପାଳନ କରାଯିବ ବୋଳି ପୋଲିସ କହିଛି । ଏଥର ଦୀପାବଳିକୁ ସବୁଜ, ସ୍ୱଚ୍ଛ, ସୁରକ୍ଷିତ ଭାବେ ପାଳନ କରାଯିବ  । ସୁରକ୍ଷା ପାଇଁ ବ୍ୟବସାୟୀଙ୍କୁ ଅଗ୍ନିନିର୍ବାପକ ଯନ୍ତ୍ର ମଧ୍ୟ ରଖିବାକୁ କୁହାଯାଇଛି । ଜଏଣ୍ଟ ଏନଫୋର୍ସମେଣ୍ଟ ବ୍ୟବସ୍ଥା କରାଯାଇଛି l ଟିମରେ ବିଏମସି, ପ୍ରଦୂଷଣ ବୋର୍ଡ ଓ ପୋଲିସ ଅଧିକାରୀ ମିଳିତ ଭାବେ ରହିବେ l ବିଏମସି ଅଞ୍ଚଳରେ ଥିବା ସମସ୍ତ ମିଷ୍ଟାନ୍ନ ଭଣ୍ଡାରରେ ଖାଦ୍ୟର ଗୁଣବତ୍ତା ମାନ ପରୀକ୍ଷା କରାଯାଉଛି ।  କୌଣସି ପ୍ରକାର ଅଘଟଣ ଯେପରି ନ ଘଟେ ତାହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଏପରି ପଦକ୍ଷେପ ନିଆ ଯାଇଛି ।