ହକି ବିଶ୍ବକପ ଅବସରରେ ହୋଟେଲ ପ୍ରେସିଡେନସିରେ ଭବ୍ୟ ବନ୍ଧୁମିଳନ କାର୍ଯ୍ୟକ୍ରମ
ଭୁବନେଶ୍ବର: ହୋଟେଲ ପ୍ରେସିଡେନସି ତରଫରୁ ହକି ବିଶ୍ବକପ ଅବସରରେ ଭବ୍ୟ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ହକି ଫେଡେରେସନର ସଭାପତି ଦିଲ୍ଲୀପ ତିର୍କୀ, ମହାରାଷ୍ଟ୍ର ସରକାରଙ୍କ ତରଫରୁ ଦୀପକ ହାରକେ, ଇଣ୍ଡିଆନ ଆର୍ମି ତରଫରୁ କର୍ଣ୍ଣେଲ ସାଗର ମହାନ୍ତିଙ୍କ ସହ ଓଡ଼ିଶା, ଭାରତ ଏବଂ ବିଦେଶର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
