ଶିଖରଚଣ୍ଡୀରେ ପହଞ୍ଚିଲେ ହାତୀ ପଲ

ଭୁବନେଶ୍ୱର: ବନ କର୍ମଚାରୀ ସଂଘର ଆନ୍ଦୋଳନର ସିଧାସଳଖ ପ୍ରଭାବ ପଡ଼ିଛି ବନ୍ୟଜନ୍ତୁଙ୍କ ସୁରକ୍ଷା ଉପରେ । ଭୁବନେଶ୍ୱର ଉପକଣ୍ଠ ଶିଖରଚଣ୍ଡୀରେ ପହଞ୍ଚିଥିଲେ ହାତୀ ପଲ । ସହର ଭିତରେ ହାତୀକୁ ଦେଖି ଛାନିଆ ହୋଇଯାଇଥିଲେ ସ୍ଥାନୀୟ ବାସିନ୍ଦା । କିଛି ଘଣ୍ଟାର ଆତଙ୍କ ପରେ ହାତୀପଲ ଜଙ୍ଗଲକୁ ଫେରି ଯାଇଥିବା ସୂଚନା ମିଳିଛି । ଏହା ପୂର୍ବରୁ ହାତିଆସୁଣିରେ ହାତୀ ପଶିଆସିଥିବା ଦେଖିବାକୁ ମିଳିଛି । ହାତିଆସୁଣି ମନ୍ଦିର ପାଖରେ ୩ଟି ଜାଗାରେ ପାଚେରୀ ଭାଙ୍ଗି ଥିବାରୁ ହାତୀ ପଶିଆସିଥିବା ସ୍ଥାନୀୟ ଲୋକେ କହିଥିଲେ ।