ଘରୋଇ ଉପଭୋକ୍ତାଙ୍କୁ ଖୁସି ଖବର, କମିଲା ବିଜୁଳି ଦର

ଘରୋଇ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ବିଜୁଳି ଦର ହ୍ରାସ କଲେ ଓଇଆର୍‌ସି। ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରତ୍ୟେକ ସ୍ଲାବରେ ୧୦ ପଇସା ହ୍ରାସ୍‌ ହୋଇଛି। ଘରୋଇ ବ୍ୟତୀତ ଅନ୍ୟ ସମସ୍ତ କାଟେଗୋରୀରେ ଦର ଅପରିବର୍ତ୍ତିତ ରହିବ। ବିପିଏଲ ଉପଭୋକ୍ତଙ୍କୁ ୩୦ ୟୁନିଟ୍‌ ପିଛା ୮୦ ଟଙ୍କା ଲେଖାଏଁ ଦେବାକୁ ପଡ଼ୁଥିଲା। ସେଥିରେ ୧୦ ଟଙ୍କା ହ୍ରାସ କରାଯାଇଛି। ଅର୍ଥାତ ଏବେ ଉପଭୋକ୍ତାଙ୍କୁ ୮୦ ଟଙ୍କା ବଦଳରେ ୭୦ ଟଙ୍କା ଦେବାକୁ ପଡ଼ିବ। ଏହାଦ୍ୱାରା ଦାରିଦ୍ର୍ୟ ସୀମା ରେଖାତଳେ ବସବାସ କରୁଥିବା ଉପଭୋକ୍ତାମାନେ ବିଶେଷ ଉପକୃତ ହେବେ।