ଆଖିଧରା ରୋଗ ପାଇଁ ପିଲାଙ୍କୁ ସ୍କୁଲ ନ ପଠାଇବା ପାଇଁ ଅଭିଭାବକଙ୍କୁ ନିବେଦନ
ଭୁବନେଶ୍ବର: ନିର୍ଦ୍ଦିଷ୍ଟ ତଥ୍ୟ ନ ଥିଲେ ବି ଆଖିଧରା ରୋଗସଂଖ୍ୟା ବୃଦ୍ଧି ଘଟିଛି। ଆଖି ଧରିଥିଲେ ପିଲାଙ୍କୁ ସ୍କୁଲ ନ ପଠାଇବା ପାଇଁ ଅଭିଭାବକଙ୍କୁ ନିବେଦନ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର।ସେ କହିଛନ୍ତି, ଆଖିଧରା ହେଉଛି ଭୂତାଣୁଜନିତ ରୋଗ। ସାଧାରଣତଃ ଋତୁ ପରିବର୍ତ୍ତନ ହେଲେ ତାପମାତ୍ରାରେ ପରିବର୍ତ୍ତନ ହୋଇ କିଛି ଭୂତାଣୁ ସକ୍ରିୟ ହୁଅନ୍ତି। ଏହି ସମୟରେ ଥଣ୍ଡାକାଶ ମଧ୍ୟ ହୁଏ। ସେହି ଅନୁସାରେ କିଛି ସଂଖ୍ୟା ବଢିଛି। ଏହା ଜଣଙ୍କ ପାଖରୁ ଅନ୍ୟଜଣଙ୍କ ପାଖକୁ ଯାଏ, ରୁମାଲ, ଆଖିରେ ହାତ ମାରିବା ବ୍ୟକ୍ତିଠାରୁ ବ୍ୟକ୍ତି ସଂପର୍କରେ ଆସିଲେ ବ୍ୟାପେ। କିଏ କାହାକୁ ଅନେଇଲେ ଏହା ବ୍ୟାପେ ନାହିଁ। ସଚେତନ ରହିଲେ ବିଶେଷ ଅସୁବିଧା ନାହିଁ। ସପ୍ତାହକ ଭିତରେ ଆଖି ଭଲ ହୋଇଯାଏ।