ଭଦ୍ରକ : ଧାମନଗରରେ ଆଗାମୀ ନିର୍ବାଚନରେ କିଏ ବାଜି ମାରିବ । ଏଠୁ ବିଜେପିକୁ ହରାଇବା ପାଇଁ ବିଜେଡି ରଣନୀତି ଆରମ୍ଭ କରିଛି । ୨୦୨୪ ସାଧାରଣ ନିର୍ବାଚନକୁ ସାମ୍ନା କରିବା ପାଇଁ ବିଜେଡି ପାଗ ଭିଡ଼ିଲାଣି। ରାଜ୍ୟ ସରକାରଙ୍କର ୫-ଟି ସଚିବ ମଧ୍ୟ ନିଜେ ଜିଲ୍ଲାର ୪ଟି ବ୍ଲକ୍ ବୁଲି ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି। ଭଦ୍ରକ ଜିଲ୍ଲାରେ ୫ ନିର୍ବାଚନମଣ୍ଡଳୀ ମଧ୍ୟରୁ ଧାମନଗର ବିଧାନସଭା ଆସନରେ ବିଜେଡିର ସ୍ଥିତି ଦୁର୍ବଳ ରହିଥିବା ବେଳେ ଏଠାରେ ଉପନିର୍ବାଚନରେ ବିଜେପି ବିଜୟୀ ହୋଇଥିଲା। ବିଜେପି ବିଧାୟକ ସୂରଜ ସୂର୍ଯ୍ୟବଂଶୀ ବିଧାୟକ ହୋଇ ନିଜର ସ୍ଥିତି ସୁଦୃଢ କରିବାରେ ଲାଗିଥିବା ବେଳେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ଏଠାରେ କାହାକୁ ପ୍ରାର୍ଥୀ କରି ଏଥର ନିର୍ବାଚନ ବୈତରଣୀ ପାର ହେବ ତାକୁ ନେଇ ଚାଲିଛି ମାନସ ମନ୍ଥନ।ଧାମନଗର ବିଜେଡିରେ ଗୋଷ୍ଠୀକନ୍ଦଳ ଯୋଗୁ କ୍ରମାଗତ ଭାବେ ଏହି ଆସନ ବିଜେଡିର ହାତଛଡ଼ା ହୋଇଆସୁଛି। ୨୦୧୯ ନିର୍ବାଚନରେ ବିଜେପି ନେତା ସ୍ବର୍ଗତ ବିଷ୍ଣୁଚରଣ ସେଠୀ ଏଠାରୁ ବିଧାୟକ ଭାବରେ ବିଜୟୀ ହୋଇଥିଲେ। ବିଷ୍ଣୁଙ୍କ ବିୟୋଗ ପରେ ୨୦୨୨ ଉପନିର୍ବାଚନରେ ବିଜେଡି ମହିଳା କାର୍ଡ ଖେଳି ନୂଆମୁହଁକୁ ସ୍ଥାନ ଦେଇ ତିହିଡ଼ି ବ୍ଲକ୍ ଅଧ୍ୟକ୍ଷା ଅବନ୍ତୀ ଦାସଙ୍କୁ ଦଳୀୟ ପ୍ରାର୍ଥୀ କରିଥିଲା। ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ରାଜେନ୍ଦ୍ର ଦାସ ନିର୍ବାଚନରେ ଅବତୀର୍ଣ୍ଣ ହେବା ପରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଜୟୀ ହୋଇଥିଲେ। ବାପାଙ୍କ ଆସନ ସୁରକ୍ଷିତ ରଖିବାରେ ସୂରଜ ସମର୍ଥ ହୋଇଥିବା ବେଳେ ଉପନିର୍ବାଚନରେ ବିଜେଡିକୁ ଝଟ୍କା ଲାଗିଥିଲା।
Trending
- ବଢିଲା ବିଜେଡି ନେତାଙ୍କ ଅଡୁଆ, ପ୍ରୀତିରଞ୍ଜନ ଘଡେଇ ଙ୍କ ନାଁରେ ଏତଲା
- ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜରେ ଭୂକମ୍ପ ଝଟକା
- ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ବାତିଲ୍
- ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି , ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
- ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ବଦଳିବ
- ଶ୍ରାବଣ ମାସର ତୃତୀୟ ସୋମବାର
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
Prev Post